ବାଇକ୍‌କୁ ଅଟକାଇ ମୁଣ୍ଡରେ ଲଗାଇଲେ ବନ୍ଧୁକ, ନେଇଗଲେ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

Published By : Prameya-News7 Bureau | September 10, 2024 IST

ପାଟଣା ୧୦।୯: ବନ୍ଧୁକ ମୁନରେ ଲୁଟ୍ । ବାଇକ୍‌କୁ ଅଟକାଇ ବନ୍ଧୁକ ଦେଖାଇ ଡିକିରୁ ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା କଇଣ୍ଡା ଅଞ୍ଚଳରେ ଘଟିଛି ଲୁଟ୍ ଘଟଣା ।

ସୂଚନାଯୋଗ୍ୟ ଯେ, ସୋମବାର ରାତି ୧୦ଟା ସମୟରେ ବ୍ୟାଙ୍କ ବନ୍ଦ କରି ରାଜନଗର ଫିନୋ ପେମେଣ୍ଟ ବ୍ୟାଙ୍କ ମାଲିକ   ପ୍ରଣବ ପଣ୍ଡା ଟଙ୍କା ନେଇ ରାଜନଗରରୁ ତୁରୁମୁଙ୍ଗାକୁ ଆସୁଥିଲେ । ସେହି ସମୟରେ କଇଣ୍ଡା ଛକ ନିକଟ ନାକି ନାଳ ନିକଟରେ ତାଙ୍କ ବାଇକ୍‌କୁ ଦୁର୍ବୃତ୍ତମାନେ ଅଟକାଇଥିଲେ । ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଡିକିରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ । ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

You Can Read:

ଖୁବ୍ ଶୀଘ୍ର ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ, ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.