ଆମେରିକା ସାମଗ୍ରୀ ଉପରେ ଶୁଳ୍କ କମାଅ, ଆମେ ଭାରତକୁ ବଡ଼ ସୁଯୋଗ ଦେବୁ: ଟ୍ରମ୍ପ ସରକାର

Published By : Prameya-News7 Bureau | March 07, 2025 IST

internet

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା ଓ ମ୍ୟାକ୍ସିକୋ ଉପରେ ଯେଶାକୁ ତେଶା ନୀତିରେ ଟାରିଫ ଲଗାଇବାକୁ ଘୋଷଣା କରିଥିଲେ ବି ଏହି ନିଷ୍ପତ୍ତିକୁ ସେ ଆହୁରି ମାସେ ଯାଏ ଘୁଞ୍ଚାଇ ଦେଇଛନ୍ତି। ଯାହାକୁ ନେଇ ଆମେରିକାରେ ଟ୍ରମ୍ପଙ୍କୁ ନାନା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ବେଲେ ଟାରିଫ ନେଇ ଭାରତ ଉପରେ କିନ୍ତୁ ରୀତିମତ ତାଉ ଦେଖାଉଛି ଆମେରିକା। ଏପ୍ରିଲ୧ ଠାରୁ ଭାରତ ଉପରେ ମଧ୍ୟ ଟାରିଫ ଲଗାଇବ ବୋଲି ପୂର୍ବରୁ ଘୋଷଣା କରି ସାରିଛି। 

ପଢନ୍ତୁ- ଭାରତରେ ୧୦୦% କମ୍ପ୍ୟୁଟର ଉତ୍ପଦାନ କରିବ ଲେନୋଭୋ: ଜନ୍ମଦିନ ପାଳି ଘୋଷଣା କଲା କମ୍ପାନୀ

ଭାରତ ଉପରେ ଶୁଳ୍କ ଲଗାଇବା ନେଇ ଭାରତୀୟ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍। ଭାରତ ଆମେରିକା ସାମଗ୍ରୀ ଉପରେ କମ ଶୁଳ୍କ ଲଗାଉ, ଆମେ ଭାରତକୁ ସ୍ୱାଗତ କରିବୁ ବୋଲି ସେ କହିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଘନିଷ୍ଠ କରିବ ବୋଲି ସେ କହିଛନ୍ତି। ଶୁକ୍ରବାର ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ଲୁଟନିକ କହିଛନ୍ତି ଆମେରିକା ଭାରତ ସହିତ ସମସ୍ତ ପ୍ରମୁଖ ଦିଗରେ ଏକ ବ୍ୟାପକ, ବୃହତ ପରିମାଣର ବାଣିଜ୍ୟ ଚୁକ୍ତି ପ୍ରତିଷ୍ଠା କରିବାକୁ ଆଗ୍ରହୀ ଅଛି। ଉଭୟ ରାଷ୍ଟ୍ରଙ୍କୁ ସେମାନଙ୍କର ବାଣିଜ୍ୟିକ ସମ୍ପର୍କକୁ ପୁନଃ ରୂପ ଦେବାକୁ ଦୁଇ ପକ୍ଷ ଆଲୋଚନା କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି। 

ଟ୍ରମ୍ପଙ୍କ କଥାକୁ ଦୋହରାଇ, ଲୁଟିନିକ କହିଛନ୍ତି ଯେ ଭାରତରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଶୁଳ୍କ ଲଗାଉଛି। ତେଣୁ ୱାଶିଂଟନ ଓ ନୂଆ ଦିଲ୍ଲୀ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଜଭୁତ କରିବା ପାଇଁ ଏହାର ପୂନଃ ମୂଲ୍ୟାୟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ଲୁଟନକି କହିଛନ୍ତି  “ଏବେ ସମୟ ଆସିଯାଇଛି ଯେ କିଛି ବଡ଼ କିଛି ଭବ୍ୟ କରାଯାଉ, ଯାହା ଆମେରିକା ଓ ଭାରତକୁ ଏକଜୁଟ କରିବ। କିନ୍ତୁ ଏହା ବ୍ୟାପକ ସ୍ତରରେ କରାଯାଏ, ଉତ୍ପାଦ ଅନୁସାରେ ନୁହେଁ। ମୋଟ ଉପରେ କଥା ହେଲା ଆମେରିକା ପ୍ରତି ଭାରତର ଶୁଳ୍କ ନୀତିକୁ ହ୍ରାସ କରୁ, ଏବଂ ଆମେରିକା ଭାରତକୁ ଆମ ସହିତ ଏକ ଅସାଧାରଣ ସୁଯୋଗ ଏବଂ ଉତ୍ତମ ସମ୍ପର୍କ ରଖିବାକୁ ନିମନ୍ତ୍ରଣ କରିବ।”

ପଢନ୍ତୁ-  ଇଣ୍ଡିଆ AI କମ୍ପ୍ୟୁଟ ପୋର୍ଟାଲ୍ ଓ ଡାଟା ସେଟ୍ ପ୍ଲାଟ୍‌ଫର୍ମ AI କୋଷ ଲଞ୍ଚ: ୨୭ ସହରରେ ହେବ ଡାଟା ଲ୍ୟାବ୍

ତେବେ ହାର୍ଲେ ଡାଭିଡସନ ବାଇକ ଭଳି କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବା ନେଇ କହିବାରୁ ଲୁଟନିକ କହିଥିଲେ ଯେ ଏମିତି ନିର୍ଦ୍ଦିଷ୍ଟ ପ୍ରଡକ୍ଟ ଉପରେ ଶୁଳ୍କ ଛାଡ଼ରେ କିଛି ହେବନି। ଦୁଇ ପକ୍ଷ ବସି ଏହାର ସମାଧାନ କରିବାର ଅଛି। ଆମେରିକା ଭାରତ ସହିତ କ୍ଷୁଦ୍ର ଠାରୁ ଆମ୍ଭ କରି ବଡ଼ ବଡ଼ କ୍ଷେତ୍ରରେ ବାଣିଜ୍ୟ କରିବାକୁ ଆଗ୍ରହୀ ଅଛି। ଏହା ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଲେ ସମ୍ଭବ ହେବ। କାରଣ ତାଙ୍କର ଟ୍ରମ୍ପଙ୍କ ସହିତ ଭଲ ସମ୍ପର୍କ ରହିଛି ବୋଲି ଲୁଟନିକ କହିଛନ୍ତି। 

ସୂଚନା ଥାଉକି ଆମେରିକା ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ସହଯୋଗୀ ଦେଶ। ଗତ ଆର୍ଥିକ ବର୍ଷରେ ଆମେରିକାର ଓ ଭାରତ ମଧ୍ୟରେ ୧୧୮.୨ ବିଲିଅନ ଡଲାରର ବ୍ୟବସାୟ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.