୬୫ ବର୍ଷରେ ଆଜି ବି ଅବିବାହିତ ଅଛନ୍ତି ମହାଭାରତ ଫେମ୍‌ ଭୀଷ୍ମ, ପଚାରିବାରୁ କହିଲେ ଏମିତି...

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ ୨୦/୦୬: ମହାଭାରତ ଶୋ'ର ପିତାମହ ଭୀଷ୍ମ । କେବଳ ନା ଯଥେଷ୍ଟ । ଲୋକେ ବୁଝିଯାନ୍ତି ଆମେ କାହା କଥା କହୁଛୁ । ତେବେ ଜାଣିଛନ୍ତି ୬୫ ବର୍ଷରେ ଆଜି ବି ବଜାୟ ରଖିଛନ୍ତି ତାଙ୍କର ପ୍ରତିଜ୍ଞା । କରିନାହାଁନ୍ତି ବିବାହ । ଆଜି ବି ସେ ଅବିବାହିତ ଜୀବନ କାଟୁଛନ୍ତି । ତାଙ୍କୁ ଏ ପ୍ରସଙ୍ଗରେ ଅନେକ ବାର ପଚରାସରିଛି । ତାଙ୍କୁ ପଚରାଯାଏ କି କାହିଁକି କରିନାହାଁନ୍ତି ବିବାହ । କିନ୍ତୁ ସବୁଥର ଭଳି ଉତ୍ତର ସମାନ । 

ମୁକେଶ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି କି, କଣ ଗୋଟିଏ ଭୀଷ୍ମ ପ୍ରତିଜ୍ଞା ଜଣଙ୍କୁ ଅବିବାହିତ ରଖିପାରେ । ଲୋକ ଭାବୁଛନ୍ତି ସେଥିପାଇଁ ମୋ ସହ ଏମିତି ଘଟିଛି । କିନ୍ତୁ ମୁଁ ଏପରି ଭାବେନି । ମୁଁ ଜାଣିଛି କି ବିବାହ ଦୁଇ ଆତ୍ମାର ମିଳନ । ବୋଧହୁେ ମୋତେ ସେହି ଆତ୍ମା ମିଳିନି ଏଯାଏଁ । ଲୋକେ ଆହୁରି ବି ଭାବନ୍ତି କି, ତୁମର ଯେତେ ଅଧିକ ଗାର୍ଲ ଫ୍ରେଣ୍ଡ, ସେତେ ବଡ ତୁମେ ପୁରୁଷ । କିନ୍ତୁ ମୋ ଚିନ୍ତାଧାରା ଏସବୁରେ ଭିନ୍ନ । 



ଲୋକ ଆହୁରି ବି ମାନନ୍ତି କି, ପତ୍ନୀଙ୍କୁ ପବିତ୍ରତା ହେବା ଜରୁରୀ । ମୁଁ ଏୟା ଚିନ୍ତା କରେ କି ସ୍ୱାମୀଙ୍କୁ ବି ପତ୍ନୀବ୍ରତା ହେବା ଜରୁରୀ । କିନ୍ତୁ ଏତିକି କନଫର୍ମ କି ମୋ ବିବାହ ଭୀଷ୍ମ ପ୍ରତିଜ୍ଞା ପାଇଁ ଅଟକିନି । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ କି ଏବେ ବି ଜୀବନସାଥୀ ଯୋଗାଡରେ ଅଛନ୍ତି ମୁକେଶ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.