ତ୍ରିବେଣୀ ସଂଗମରେ ଅମୃତ ସ୍ନାନ; ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଲେ ୧୩ ଆଖଡ଼ା

Published By : Prameya-News7 Bureau | January 14, 2025 IST

ପ୍ରୟାଗରାଜ: ଗଭୀର ଆସ୍ଥା, ଭକ୍ତି, ମୋକ୍ଷ ପ୍ରାପ୍ତିର ବିଶ୍ବାସ । ତ୍ରିବେଣୀ ଘାଟରେ ସଂନ୍ଥଙ୍କ ମେଳି । ମକର ସଂକ୍ରାନ୍ତିରେ ଅମୃତ ସ୍ନାନ । ପ୍ରୟାଗ ସଂଗମରେ ଅମୃତ ବୁଡ଼ ପକାଇଲେ ସାଧୁସନ୍ଥ । ଭୋର ୫.୧୫ରୁ ପ୍ରୟାଗରେ ଭକ୍ତିର ବୁଡ଼ ପକାଇବାକୁ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ପହଞ୍ଚିଥିଲେ । ଏହାଛଡ଼ା ୧୩ ଆଖଡ଼ାରେ ସାଧୁସନ୍ଥ ମାନେ ଅମୃତ ସ୍ନାନ ପାଇଁ ପହଞ୍ଚିଥିଲେ । ପ୍ରଥମେ ସାହି ସ୍ନାନ କଲେ ମହାନିର୍ବାଣୀ ଏବଂ ଅଟଳ ଆଖଡ଼ା ସାଧୁ । ପରେ ଶ୍ରୀ ପଞ୍ଚାୟତୀ ଆଖଡ଼ା ସଂଘ ଏବଂ ଶ୍ରୀତପୋନିଧି ପଞ୍ଚାୟତି ଶ୍ରୀନିରଞ୍ଜନି ଆଖଡ଼ାର ସାଧୁସନ୍ଥ ମାନେ ଅମୃତ ସ୍ନାନ କରିଛନ୍ତି । ଏହାପରେ ତିନି ସନ୍ନ୍ୟାସୀ ଆଖଡ଼ାର ଶ୍ରଦ୍ଧାଳୁମାନେ ସାହି ସ୍ନାନ କରିଛନ୍ତି । ଏହି ମୋକ୍ଷ ପ୍ରାପ୍ତି ମାର୍ଗରେ ଶ୍ରୀପଞ୍ଚଦଶନାମା ଜୁନା ଆଖଡ଼ା ଏବଂ ଶ୍ରୀପଞ୍ଚ ଦଶନାମା ଆବାହନ ଆଖଡ଼ା ସାମିଲ୍ ହୋଇଛି । 

ମକର ସଂକ୍ରାନ୍ତିରେ ଶନ୍ତିଶୃଙ୍ଖଳା ଅମୃତ ସ୍ନାନ ପାଇଁ ଆଖଡ଼ା ମାର୍ଗରେ ବହୁ ସଂଖ୍ୟାରେ ପୋଲିସକର୍ମୀ ମୁତୟନ ହୋଇଛନ୍ତି । ପିଏସି, ପୋଲିସ ଏବଂ ଅର୍ଦ୍ଧସାମରିକ ବଳ ଲଗାତାର ପାଟ୍ରୋଲିଂ କରୁଛନ୍ତି । ପ୍ରାୟଗ ସଂଗମରେ ନାଗା ସାଧୁମାନେ ଲଗାତାର ନିଜର ଉପସ୍ଥିତି ନେଇ ପଞ୍ଜୀକରଣ କରୁଛନ୍ତି । ମହାକୁମ୍ଭ ମେଳା ପ୍ରଶାସନର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରୟାଗ ଘାଟର ପ୍ରାୟ ୬ରୁ ୭ କିଲୋମିଟର ପୂର୍ବରୁ ଯାନବାହନ ଗୁଡ଼ିକୁ ଅଟକାଇ ଦିଆଯାଉଛି । ଫାଫାମଉରୁ ଅରେଲ ମଧ୍ୟରେ ପ୍ରୟାଗରାଜରେ ସ୍ନାନ ପାଇଁ ୪୪ଟି ଘାଟ ହୋଇଛି । ମକର ସଂକ୍ରାନ୍ତିରେ ପ୍ରାୟ ଅଢ଼େଇ କୋଟି ଶ୍ରଦ୍ଧାଳୁ ଅମୃତ ବୁଡ଼ ପକାଇବାର ଅକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.