ମୁମ୍ବାଇ ୧୦।୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ସୋମବାର ସମୟ ରୈନାଙ୍କ ସୋ ‘ଇଣ୍ଡିଆଜ ଗଟ ଲେଟେଣ୍ଟ’ର ଜଣେ କଣ୍ଟେଷ୍ଟାଣ୍ଟଙ୍କୁ ୟୁଟ୍ୟୁବର ରଣବୀର ଅଲ୍ଲାହବାଦିୟାଙ୍କ ଅଭଦ୍ର ପ୍ରଶ୍ନକୁ ନିନ୍ଦା କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘କମେଡିୟାନ୍ସ ଓ ଇନଫ୍ଲୁଏନସରଙ୍କୁ ସୀମା ଉଲ୍ଲଂଘନ କରିବା କଥା ନୁହେଁ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର’।
ଗଣମାଧ୍ୟମ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାହା ମୁଁ ଜାଣିଛି କିଛି କଥାକୁ ଅତ୍ୟନ୍ତ ଅଶ୍ଲୀଳ ଭାବେ କୁହାଯାଇଛି ଓ ଉପସ୍ଥାପନା କରାଯାଇଛି, ଏହା ସମ୍ପୂର୍ଣ୍ଣ ଭୁଲ। ସମସ୍ତଙ୍କର ଅଭିବ୍ୟକ୍ତିର ଅଧିକାର ରହିଛି। କିନ୍ତୁ ଆମର ସ୍ୱାଧୀନତା ସେଇଠି ସମାପ୍ତ ହୋଇଯାଉଛି ଯେଉଁଠି ଆମେ ଅନ୍ୟର ସ୍ୱାଧୀନତାକୁ ଉଲ୍ଲଂଘନ କରୁଛେ। ଏହା ଉଚିତ ନୁହେଁ, ଅଭିବ୍ୟକ୍ତିର ମଧ୍ୟ ନିଜର ଏକ ସୀମା ଅଛି। ସେ କହିଛନ୍ତି ଯେ ଆମ ସମାଜ ଅଶ୍ଳୀଳତାକୁ ନେଇ କିଛି ସୀମା ନିର୍ଦ୍ଧାରଣ କରିଛି ଓ କେହି ଏହି ସୀମା ପାର କଲେ ମାମଲା ଗୁରୁତର ହୁଏ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।
Mumbai, Maharashtra | A complaint has been filed against YouTuber Ranveer Allahabadia, social media influencer Apoorva Makhija, comedian Samay Raina and the organisers of the show India's Got Latent. The complaint has been filed with the Mumbai Commissioner and Maharashtra…
— ANI (@ANI) February 10, 2025
ୟୁଟ୍ୟୁବର ରଣବୀର ଅଲ୍ଲାହବାଦିୟା, ସୋସିଆଲ ମିଡିଆ ଇନଫ୍ଲୁଏନସର ଅପୂର୍ବା ମଖିଜା,କମେଡିୟାନ ସମୟ ରୈନା ଓ ସୋ ଇଣ୍ଡିଆଡ ଗଟ ଲାଟେଣ୍ଟର ଆୟୋଜକଙ୍କ ବିରୋଧରେ ପୋଲିସରେ ଅଭିଯୋଗ ରୁଜୁ ହୋଇଛି। ସୋ ରେ କଥିତ ରୂପେ ଅଭଦ୍ର ଭାଷାର ବ୍ୟବହାର ପାଇଁ ମୁମ୍ବାଇ କମିଶନର ଓ ମହାରାଷ୍ଟ୍ର ମହିଳା କମିଶନରେ ଅଭିଯୋଗ ରୁଜୁ ହୋଇଛି ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ରଣବୀର ସୋରେ ଜଣେ ଅଂଶଗ୍ରହଣକାରୀଙ୍କୁ ପଚାରିଥିଲେ ଯେ ତୁମେ ତୁମ ସାରା ଜୀବନ ଅଭିଭାବକଙ୍କୁ କେବଳ ଇଣ୍ଟିମେଣ୍ଟ ହେଉଥିବା ଦେଖିବାକୁ ଚାହିଁବେ କି ଆପଣ ଥରେ ତାଙ୍କ ସହ ଯୋଗଦେବାକୁ ଚାହିଁବେ?ଏହା ଶୁଣିବା ପରେ ସମୟ ରୈନା କହୁଛନ୍ତି ଏ ସବୁ ତାଙ୍କ ପୋଡକାଷ୍ଟର ରିଜେକ୍ଟେଡ ପ୍ରଶ୍ନ, ଏ କି ପ୍ରକାର ପ୍ରଶ୍ନ? ଏହା ପରଠାରୁ ରଣବୀର ଟ୍ରୋଲ ହେବାରେ ଲାଗିଛନ୍ତି, ଲୋକେ ତାଙ୍କ ମାନସିକତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।