ନୂଆଦିଲ୍ଲୀ: ରୁଷର ମଦ ନିର୍ମାତା କମ୍ପାନି ବିୟର କେନ୍ ଉପରେ ମହାତ୍ମା ଗାନ୍ଧୀ (ବାପୁ)ଙ୍କ ଫଟୋ ବ୍ୟବହାର କରାଯାଇଛି । ଏହା ସାମନାକୁ ଆସିବା ପରେ ଏବେ ସୋସିଆଲ୍ ମିଡିଆରେ ୟୁଜର୍ସ ଆପତ୍ତି ଉଠାଇଛନ୍ତି । ଏହାସହ ରୁଷ ରାଷ୍ଟ୍ରପତିଙ୍କ ସାମନାରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପିଲ୍ କରାଯାଇଛି । ରୁଷ ବ୍ରାଣ୍ଡ ରେୱର୍ଟ ଦ୍ୱାରା ବିକ୍ରି କରାଯାଉଥିବା ବିୟର କେନ୍ ଉପରେ ଥିବା ଫଟୋ ଅନ୍ଲାଇନରେ ସାମନାକୁ ଆସିବା ପରେ ବିବାଦ ବଢିଛି । କମ୍ପାନିର ଏହି ବିୟର ନାଁରେ ବି ମହାତ୍ମା ଗାନ୍ଧୀଙ୍କ ନାମରେ ରଖାଯାଇଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାତି ଏବଂ ରାଜନୀତିଜ୍ଞ ସୁପର୍ନୋ ଶତପଥୀ ଏକ୍ସରେ ବିୟର କେନର ଫଟୋ ସେୟାର କରିଛନ୍ତି ।
ସୁପର୍ନୋ ଶତପଥୀ ନିଜ ପୋଷ୍ଟରେ ଲେଖିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ମୋର ବିନମ୍ର ଅନୁରୋଧରେ ଏହି ମାମଲାକୁ ସେ ନିଜ ବନ୍ଧୁ ରୁଷ ରାଷ୍ଟ୍ରପତିଙ୍କ ସାମନାରେ ଉଠାଇବେ । ରୁଷର ବେୱର୍ଟ ଗାନ୍ଧୀ ଜୀଙ୍କ ନାଁରେ ବିୟର ବିକ୍ରି କରୁଛି । ଏହି ପୋଷ୍ଟରେ ସେୟାର କରାଯାଇଥିବା ଫଟୋରେ ବିୟର କେନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।'
My humble request with PM @narendramodi Ji is to take up this matter with his friend @KremlinRussia_E . It has been found that Russia’s Rewort is selling Beer in the name of GandhiJi… SS pic.twitter.com/lT3gcB9tMf
— Shri. Suparno Satpathy (@SuparnoSatpathy) February 13, 2025
ଏହି ଫଟୋ ସାମନାକୁ ଆସିବା ପରେ ଅନେକ ୟୁଜର ବ୍ରାଣ୍ଡିଂର ନିନ୍ଦା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ଆଶ୍ଚର୍ଯ୍ୟଜନକ ଏବଂ ଆଦୌ ଗ୍ରହଣୀୟ ନୁହେଁ । ରୁଷର ଏକ ମଦ କମ୍ପାନି ରେୱର୍ଟ, ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ତାତ୍ସଲ୍ୟ କରି ମହାତ୍ମା ଜୀଙ୍କ ନାଁରେ ବିୟର ବିକ୍ରି କରୁଛି । ଏହା ଭାରତର ମୂଲ୍ୟ ଏବଂ ଏକ ବିଲିୟନ ଭାରତୀୟଙ୍କ ଅପମାନ ଅଟେ ।'