ମାନ ଭଞ୍ଜନ କଲେ ଚିଦାମ୍ବରମ: ୱାୟନାଡରେ ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ !

Published By : Prameya-News7 Bureau | June 21, 2024 IST

indiatoday

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ୱାୟନଡ଼ରେ ପ୍ରଚାର କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଂଗ୍ରେସ ଅନୁରୋଧରେ ମମତା ପ୍ରଚାର ପାଇଁ ରାଜି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କଂଗ୍ରେସ ସହିତ ମତାନ୍ତର ଥିବା ସତ୍ତ୍ୱେ ଗାନ୍ଧୀ ପରିବାର ପକ୍ଷରୁ ମମତାଙ୍କୁ ମନାଇବା ପାଇଁ ପି.ଚିଦାମ୍ବର କୋଲକାତା ଯାଇଥିଲେ। ମମତା ଚିଦାମ୍ବରଙ୍କ କଥାରେ ରାଜି ହୋଇଥିବା ସୂଚନା ମିଳିଛି। 

ସୂଚନା ଥାଉକି ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ବାରାଣସୀରୁ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ। ଏକଥା ରାହୁଲ ଗାନ୍ଧୀ ମଧ୍ୟ ସ୍ୱୀକାର କରିଛନ୍ତି। ହେଲେ ରାଜ୍ୟରେ ଅଧୀର ରଞ୍ଜନ ଚୌଧୁରୀଙ୍କ ଟିଏମ୍‌ସି ବିରୋଧୀ ମନ୍ତବ୍ୟ ପାଇଁ ପଶ୍ଚିମବଙ୍ଗରେ ଟିଏମ୍‌ସି ଇଣ୍ଡିଆ ମେଣ୍ଟରେ ଥାଇବି ଏକାକୀ ନିର୍ବାଚନ ଲଢ଼ିଥିଲା। ଏଥିପାଇଁ ସମ୍ପର୍କ ବିଗିଡ଼ି ଯାଇଥିଲା। 

ସେପଟେ ଆଜି ଅଧୀର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ବରହମପୁର ଲୋକସଭା ଆସନରୁ ପୂର୍ବତନ କ୍ରିକେଟର ଇର୍ଫାନ ପଠାନଙ୍କ ଠାରୁ ପରାସ୍ତ ହେବା ପରେ ତାଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ତେବେ ମମତାଙ୍କ ସହିତ ତାଙ୍କର ଶତ୍ରୁତା କେବଳ ରାଜନୈତିକ ବ୍ୟକ୍ତିଗତ ନୁହେଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।  

ସୂଚନା ଥାଉକି ୨୦୨୪ ଲୋକସଭା ନିର୍ବାଚନରେ ଟିଏମ୍‌ସି ପଶ୍ଚିମବଙ୍ଗରେ ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ରାଜ୍ୟର ୪୨ ଲୋକସଭା ଆସନ ମଧ୍ୟରୁ ଟିଏମ୍‌ସି ୨୯ଟିରେ ବିଜୟୀ ହୋଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.