ଟ୍ରେନ ଉପରେ ଚଢ଼ିଥିଲେ, ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ

Published By : Prameya-News7 Bureau | January 21, 2025 IST

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରେ ଅଭାବନୀୟ । ଟ୍ରେନ ଉପରେ ଚଢ଼ିଥିବା ଜଣେ ବ୍ୟକ୍ତି ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଉଛନ୍ତି ନୂଆପଡ଼ା ଜିଲ୍ଲା ରାଜଖାରିଆର ଥାନା ଅନ୍ତର୍ଗତ ବଡ଼ନାଳ ଗାଁର ୫୫ ବର୍ଷୀୟ ନରସିଂହ କାଣ୍ଡା। ସେ ସିକନ୍ଦରାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ମଙ୍ଗଳବାର ଫେରିବାବେଳେ ରାୟଗଡ଼ା ଷ୍ଟେସନରେ ଛିଡ଼ା ହୋଇଥିବା ଏକ ଓ୍ବାଗନ ଉପରକୁ ଚଢ଼ିଯାଇଥିଲେ। ଆଉ ଓ୍ବାଗନ ଉପରେ ଚଢ଼ିଥିବାବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଜିଅନ୍ତା ଜଳିଯାଇଥିଲେ ନରସିଂହ। ଅବଶ୍ୟ ଗୁରୁତର ଅବସ୍ଥାରେ ଆରପିଏଫ ତାଙ୍କୁ ରାୟଗଡା ଡାକ୍ତରଖାନରେ ଭର୍ତ୍ତି କରିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ନରସିଂହଙ୍କ ମୃତ୍ୟୁ ହୋଇଛି। ତେବେ ନରସିଂହ କେଉଁ କାରଣରୁ ଟ୍ରେନ ଉପରେ ଚଢ଼ିଥିଲେ ତାହା ଜଣାପଡ଼ିନାହିଁ।

Updating...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.