ଆନନ୍ଦପୁର 17/01: କଠିନ କାମକୁ ସହଜରେ କରିବାକୁ ସମସ୍ତେ ଚାହାନ୍ତି। ସେଥିପାଇଁ ନୂଆନୂଆ ଜ୍ଞାନକୌଶଳ ବାହାରି ଲାଣି। ଆଉ ସେ ସବୁ ଏବେ ଅତି ସହଜରେ ମିଳି ଯାଉଛି। ସେ ଦୋକାନ ବଜାର ହେଉକି ସୋସିଆଲ୍ ମିଡିଆର ବିଭିନ୍ନ ସେଲ୍ ପ୍ଲାଟପର୍ମ। ତେବେ ସେ ସବୁରେ ପହଞ୍ଚିବାକୁ ମାଧ୍ୟମ ହେଉଛି ବିଜ୍ଞାପନ।
ହେଲେ ସେଭଳି ଏକ ବିଜ୍ଞାପନ ସୋଶିଆଲ ମିଡିଆରୁ ଦେଖି ଫସିଛନ୍ତି ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ଗ୍ରାମର ଚିକେନ୍ ବ୍ୟବସାୟୀ ବିଷ୍ଣୁ ଚରଣ ରାଉତ। ଶୈଲଙ୍ଗ ଛକ ଠାରେ ବିଷ୍ଣୁ ବିଗତ ୧୦ବର୍ଷ ହେବ ଚିକେନ୍ ବ୍ୟବସାୟ କରି ଆସୁଛନ୍ତି। କିଛିଦିନ ତଳେ ଚିକେନ୍ କଟର ମେସିନ୍ ବାବଦରେ ଶୋସିଆଲ ମିଡିଆରୁ ଏକ ପ୍ରମୋସନ ବିଜ୍ଞାପନ ଦେଖିଥିଲେ। ମେସିନ୍ ର ଦାମ ଅଢେଇ ଲକ୍ଷ ଟଙ୍କା । ଏହି ମେସିନ୍ ଘଣ୍ଟାପ୍ରତି ୨ଟନ ରୁ ଅଧିକ ଚିକେନ୍ କାଟିପାରିବାର କ୍ଷମତା ଥିବା ବିଜ୍ଞାପନରେ ଦର୍ଶା ଯାଇଥିଲା। ଏଥିରେ ଅକର୍ଷିତ ହୋଇ କଟକରେ ଥିବା ଡିଲର ସହ ଯୋଗାଯୋଗ କରି କିଣିଥିଲେ। ହେଲେ ତାକୁ ଆଣି କାମରେ ଲଗାଇବା ସମୟରେ ମେସିନ୍ ଦେଇଥିଲା ଧୋକା। ୨ଟନ୍ ଚିକେନ୍ କାଟିବା ତ ଦୁରର କଥା ୨ଟି ଚିକେନ୍ ମଧ୍ୟ ଠିକ୍ ଭାବେ କାଟି ପାରୁନାହିଁ ମେସିନ୍। ା ପରେ ଡିଲର ସହ ଯୋଗାଯୋଗ କରିବାରୁ ଡିଲର ମେକାନିକ୍ ପଠାଇଥିଲେ । ହେଲେ ମେକାନିକ୍ ର ଦୀର୍ଘ ସମୟ ଚେଷ୍ଟାପରେ କିଛି ସୁଫଳ ମିଳିନାହିଁ। ମେସିନ୍ ରେ ତୃଟି ରହିଥିବା କହିଛନ୍ତି ମେକାନିକ୍ ।
ହେଲେ ଏବେ ମେସିନ୍ ଟିକୁ ଡିଲର ଆଉ ଫେରାଇବାକୁ ନାରାଜ। ତୁରନ୍ତ ସମାଧାନ ନହେଲେ ବିଷ୍ଣୁ ଖାଉଟି ଅଦାଲତର ଆଶ୍ରୟ ନେବେ ବୋଲି କହିଛନ୍ତି।
Also Read-