ରାଉରକେଲା: ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୫ ଜଣକୁ ଗିରଫ କରିଛି। ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ନାବାଳିକା ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଟୁସୁ ପର୍ବ ଦେଖିବାକୁ ଯାଇଥିବା ସମୟରେ, ସେଠାରୁ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ ୬ ଦୁର୍ବୃତ୍ତ।
ଯୁବତୀଙ୍କୁୁ ଦୁର୍ବୃତ୍ତମାନେ ବିଶ୍ରା ଥାନା ତେତେରକେଲା କୋଏଲ ନଦୀ ପଠାରେ ଗଣ ଦୁର୍ଷ୍ମମ କରିଥିଲେ। ସେପଟେ ପୁରୁଷ ବନ୍ଧୁଙ୍କ ଅଭିଯୋଗ ଅନୁସାରେ ପୋଲିସ ଏହି ଦୁର୍ବୃତ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ହେଲେ ଏହି ସମୟରେ ଜଣେ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଥିଲା। ପ୍ରେମୀଯୁଗଳ ବଣାଇ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ପୋଲିସ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି।