ଈମ୍ଫାଲ : ଦେଢ ମାସ ମଣିପୁର କମୁନି ଉତ୍ତେଜନା । ପୃଥକ ପୃଥକ ସ୍ଥାନରେ ପୋଲିସ ଓ ଉପଦ୍ରବୀ ମୁହାଁମୁହିଁ ହେଉଛନ୍ତି । ଗୁରୁବାର ସକାଳେ ପୁଣି ଥରେ ସୁରକ୍ଷାକର୍ମୀ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । କାଙ୍ଗପୋକପି ଜିଲ୍ଲାରେ ଯବାନଙ୍କ ଗୁଳିରେ ୨ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ଅନ୍ୟ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦଙ୍ଗାକାରୀମାନେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ସ୍ଥିତିକୁ କାବୁ କରିବା ପାଇଁ ପୋଲିସ ଜବାବ ଦେଇଥିଲା । ଫଳରେ ଗୁଳିବିନିମୟରେ ୨ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । ହେଲେ ଏପର୍ଯ୍ୟନ୍ତ ମୃତଦେହ ଜବତ ହୋଇଛି । ଘଟଣାସ୍ଥଳରେ ଗୁଳିମାଡ଼ ଜାରି ରହିଛି । ଅନ୍ୟପଟେ ଶବକୁ ଧରି ସମାନ ସମ୍ପ୍ରଦାୟର ଲୋକ ଈମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିବାକୁ ଚେଷ୍ଠା କରିଥିଲେ । ହେଲେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ଆଖିରୁ ଲୁହ ବାହାରିବା ଗ୍ୟାସ୍ ବ୍ୟବହାର କରିବା ସହିତ ମୃଦୁ ଲାଠି ଚାଳନା କରିଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ପ୍ରଦର୍ଶନକାରୀମାନେ ରାଜପଥରେ ଟାୟାର ଜାଳିଥିଲେ ।
wp:embed {"url":"https://www.prameyanews7.com/miscreants-opened-fire-in-another-area-of-manipur-some-people-injured-tension-spread-in-the-area/","type":"wp-embed","providerNameSlug":"prameya-news-7"} /wp:embedଏହାରି ଭିତରେ ଦଙ୍ଗାକାରୀମାନେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉପରେ ହମଲା କରିଥିଲେ । ସେପଟେ ସେନାର ସ୍ପିୟରକୋର ଟ୍ବିଟ୍ କରି କହିଛି, ଭିଡ଼କୁ ନିୟନ୍ତ୍ରଣ କରିବାକୁ ସୁରକ୍ଷାବଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା । ହେଲେ ଦଙ୍ଗାକାରୀମାନେ ଅଖିବୁଜା ଗୁଳି ଚାଳନା କରିଥିଲେ । ଏହାଛଡ଼଼ା ସଂଧ୍ୟା ସମୟରେ ବିଶ୍ବବିଦ୍ୟାଳୟର ଦକ୍ଷିଣ ବ୍ୟାଥଲ ଗାଁରେ ଗୁଳିମାଡ଼ ଖବର ମିଳିଥିଲା । ଏହି ଅଞ୍ଚଳ ରାଜଧାନୀ ଈମ୍ଫାଲ ଠାରୁ ୨୦ କିଲୋମିଟର ଦୂରରେ ରହିଛି ।
ମଣିପୁରରେ ଦେଢ ମାସ ହେଲା ହିଂସା ଜାରି ରହିଛି । ମୌଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।