ବିମାନ ପରେ ହୋଟେଲକୁ ବୋମା ଧମକ; ତିରୁପତିର ୩ ହୋଟେଲକୁ ଧମକପୂର୍ଣ୍ଣ ଇ-ମେଲ୍

Published By : Prameya-News7 Bureau | October 25, 2024 IST

ଚେନ୍ନାଇ: ବିମାନ ଏବଂ ସ୍କୁଲ-କଲେଜକୁ ବୋମା ଧମକ ପରେ ଏବେ ହୋଟେଲକୁ ଟାର୍ଗେଟ୍ । ଅନ୍ଧ୍ର ପ୍ରଦେଶର ତରୁପତିରେ ଥିବା ଅଧିକାଂଶ ହୋଟେଲକୁ ବୋମା ଧମକ ମିଳିଛି । କିଛି ହୋଟେଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ଜଣାପଡ଼ିଛି । ଏହି ମେସେଜରେ ଡ୍ରଗ୍ସ ତସ୍କର ସରଗନା ଜାଫାର ସାଦିକ୍ ନାମ ସାମ୍ନାକୁ ଆସିଛି । ଯାହାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । 

ତିରୁପତିର ହୋଟେଲକୁ ବୋମା ଧମକ ଆସିବା ପରେ ସ୍ଥାନୀୟ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ଛାନଭିନ୍ କରିଛି ।  ହୋଟେଲ୍ ଗୁଡ଼ିକୁ ତନତନ କରି ଯାଞ୍ଚ ପରେ ସେଥିରୁ କୌଣସି ପ୍ରକାର ବିସ୍ଫୋରକ ପଦାର୍ଥ ମିଳିନାହିଁ । ପୋଲିସ ଏବେ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି । 

ତିରୁପତିରେ ପ୍ରଭୁ ବାଲାଜୀ ବିଶ୍ବନାଥ ମନ୍ଦିର ରହିଛି । ମହାପ୍ରଭୁ ବାଲାଜୀଙ୍କୁ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ତେଣୁ ତିରୁପତିରେ ହୋଟେଲ ଶିଳ୍ପର ଭଲ ବ୍ୟବସାୟ ହୋଇଥାଏ । ଏହାକୁ ନଜରରେ ରଖି କେହି ମିଛି ବୋମା ବିସ୍ଫୋରଣ ଧମକ ଦେଇଥିଲେ ବୋଲି ପୋଲିସ ଅନୁମାନ କରୁଛି । 

ତିରୁପତିର ଲୀଳାମହଲ, କପିଳତୀର୍ଥମ୍ ଏବଂ ଅଲିପିରୀ ନିକଟରେ ଥିବା ତିନୋଟି ଘରୋଇ ହସ୍ପିଟାଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ଏଥିରେ ହୋଟେଲକୁ ବିସ୍ଫୋର କରି ଉଡ଼ାଇ ଦେବାକୁ ଲେଖାଯାଇଛି । ସେହିପରି ଏହି ଇ-ମେଲରେ ଡ୍ରଗ୍ସ ତସ୍କର ସରଗନା ଜାଫାର ସାଦିକ୍ ନାଁ ମଧ୍ୟ ସାମ୍ନାକୁ ଆସିଛି  ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.