ରକ୍ତମୁଖା ମାଓବାଦୀ, ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

Published By : Prameya-News7 Bureau | August 15, 2024 IST

Breaking_1

ମାଲକାନଗିରି ୧୫।୦୮: ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଲେ ମାଓବାଦୀ । ଗତ ୧୦ ଦିନ ତଳେ ମୃତ ଛାତ୍ରଙ୍କ ବଡ଼ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିଲେ । 

ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅନ୍ତର୍ଗତ ପୁବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର ପୋଲିସର ଇନ୍‌ଫର୍ମର ସନ୍ଦେହରେ ବୋଲି ଅଭିଯୋଗ କରି ନକ୍ସଲ ମାନେ ଅତି ନିର୍ମମ ଭାବେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସପ୍ତାହ ପୂର୍ବରୁ ମାଓବାଦୀ ମାନେ ଶଙ୍କରଙ୍କ ଭାଇ ସୋୟାମ ଦୁର୍ଭାକୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ।

ସେପଟେ ହତ୍ୟାକାଣ୍ଡ ନେଇ ସୁକୁମା ଏସପି କିରଣ ଚୌହାନ କହିଛନ୍ତି ଯେ, ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି। ହେଲେ ସେମାନେ ପ୍ରକୃତରେ ପୋଲିସ ଇନଫର୍ମର ନଥିଲେ ବରଂ ଗାଁର ସାଧାରଣ ଆଦିବାସୀ ରହିଥିଲେ । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଯୋରଦାର କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.