ମାଲକାନଗିରି ୦୪।୦୧ : ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ସାମ୍ବାଦିକଙ୍କ ମୃତଦେହ । ଛତିଶଗଡ଼ ବିଜାପୁର ଜିଲ୍ଲାର ଏକ ଜାତୀୟ ଗଣମାଧ୍ୟମରେ ସାମ୍ବାଦିକ ଭାବେ କାମ କରୁଥିଲେ ମୁକେଶ ଚନ୍ଦ୍ରାକାର । ତାଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ଏକ ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ ମୃତ ସାମ୍ବାଦିକ ।
ଖବର ଅନୁଯାୟୀ, ମୁକେଶ ଚନ୍ଦ୍ରାକାର ଛତିଶଗଡ଼ର ଜଣେ ଜଣାଶୁଣା ସାମ୍ବାଦିକ । ବସ୍ତର ଜଂଶନ ନାମରେ ତାଙ୍କର ଏକ ୟୁଟୁବ ଚ୍ୟାନେଲ୍ ରହିଥିବା ବେଳେ ପୂର୍ବରୁ ଅନେକ ଜାତୀୟ ସ୍ତରର ଗଣମାଧ୍ୟମ ପାଇଁ କାମ କରୁଥିଲେ ମୁକେଶ ଚନ୍ଦ୍ରାକର । ଲାଲ୍ଗଡ଼ରେ ଜଣେ ସାହାସୀ ରିପୋର୍ଟର ଥିଲେ ମୁକେଶ ଚନ୍ଦ୍ରାକାର । ମାଓ ଗଡ଼ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମୁକେଶ । ହେଲେ ମାଓ ଇଲାକାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାରମାନେ ଆଦିବାସୀ ଲୋକଙ୍କୁ କିପରି ଭାବେ ଠକୁଛନ୍ତି । ତାହାର ପର୍ଦ୍ଦାଫାସ କରିଥିଲେ ମୁକେଶ । ହେଲେ ଗାଙ୍ଗାଲୁର ଅଞ୍ଚଳର ଏକ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ଦୁର୍ନୀତିକୁ ନେଇ ଠିକାଦାରଙ୍କ ଆକ୍ରୋଶରେ ଶିକାର ହୋଇଥିଲେ ମୁକେଶ । ଗତ ୧ ତାରିଖରୁ ସାମ୍ବାଦିକ ମୁଖେଶ ଚନ୍ଦ୍ରାକାର ନିଖୋଜ ଥିଲେ । ଏବେ ସେହି ଠିକାଦାରଙ୍କ ଠିକା କ୍ୟାମ୍ପର ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ଶବ ଉଦ୍ଧାର କରିଛି ବିଜାପୁର ପୋଲିସ । ଖବର ପରିବେଶଷକୁ ନେଇ ହତ୍ୟା ଶିକାର ହୋଇଥିବା ସାମ୍ବାଦିକ ମୁଖେଶ ଚନ୍ଦ୍ରାକାରଙ୍କ ପରିବାର ଅଭିଯୋଗ କରିଛନ୍ତି । ତେଣୁ ନ୍ୟାୟ ଦାବିରେ ବିଜାପୁର ମୁଖ୍ୟ ରାସ୍ତାରେ ଆନ୍ଦୋଳନରେ ବସିଛନ୍ତି ବସ୍ତର ଅଞ୍ଚଳର ସାମ୍ବାଦିକ ।