ମାରୁତି ସୁଜୁକି ଡିଜାୟର ୨୦୨୪ର ମାର୍କେଟ ଏଣ୍ଟ୍ରି, ରହିଛି ଆଡଭାନ୍ସ ଫିଚର ସହ ୫ ଷ୍ଟାର ସେଫ୍ଟି ରେଟିଂ

Published By : Prameya-News7 Bureau | November 11, 2024 IST

ନୂଆଦିଲ୍ଲୀ: ବଜାରକୁ ଆସିଲା ମାରୁତି ସୁଜୁକିର ଲୋକପ୍ରିୟ କାର ଡିଜାୟରର ୨୦୨୪ ଏଡିସନ। ନୂଆ ଡିଜାୟର କେବଳ ଅଧିକ ଫିଚର୍ସ ହିଁ ନୁହେଁ ବରଂ ସେଗମେଣ୍ଟରେ ଏହି କାର୍‌ ଏବେ ସିଡାନ ସେଗମେଣ୍ଟରେ ସବୁଠୁ ସୁରକ୍ଷିତ କମ୍ପାକ୍ଟ ସିଡାନ ହୋଇଛି। କାରଣ ମାରୁତିର ନୂଆ ଡିଜାୟରକୁ ମିଳିଛି GNCAP କ୍ରାସ ଟେଷ୍ଟରେ ଫାଇଭ ଷ୍ଟାର ରେଟିଂ । 

ନୂଆ ଡିଜାୟରରେ ନୂଆ ଲୁକ୍ସ ସହ ଆଡଭାନ୍ସ ଫିଚର୍ସ । ଡିଜାୟରରେ ଟପ୍‌ ମଡେଲେରେ ବଡ଼ ଇନଫୋଟେନମେଣ୍ଟ ସ୍କ୍ରିନ, ଓ୍ବାୟାରଲେସ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାରପ୍ଲେ, ଅଟୋମେଟିକ କ୍ଲାଇମେଣ୍ଟ କଣ୍ଟ୍ରୋଲ, ରିୟର ଏସି ଭେଣ୍ଟ, ଓ୍ବାୟାରଲେସ ଚାର୍ଜର, ୩୬୦ ଡିଗ୍ରୀ ସରାଉଣ୍ଡ କ୍ୟାମେରା ଏବଂ ଇଲେକ୍ଟ୍ରିକ ସନରୂଫ ରହିଛି। ଏହା ବ୍ୟତୀତ କମ୍ପାନି ନୂଆ ଡିଜାୟର ସହ ଲେଭଲ ୨ ADAS, ୬ ଏୟାରବ୍ୟାଗ୍, ହାଇବିମ୍ ଆସିଷ୍ଟ, ଇମରଜେନ୍ସୀ ଷ୍ଟପ୍ ସିଗ୍ନାଲ ଏବଂ ଅଟୋମେଟିକ ହେଡଲ୍ୟାମ୍ପସ ଭଳି ଫିଚର୍ସ ମଧ୍ୟ ଦେଖିବାକୁ ମିଳିପାରେ। 

ସେହିଭଳି କାରର ଇଞ୍ଜିନ ବିଷୟରେ କହିଲେ, ଏଥିରେ ୫ ସ୍ପିଡ୍ ମାନୁଆଲ ଏବଂ AMT ଗିୟରବକ୍ସ ସହିତ ୧.୨ ଲିଟର ଜେଡ୍ ସିରିଜ ପେଟ୍ରେଲ ଇଞ୍ଜିନ ରହିଛି । ଯାହା ୮୦ bhp ପାଓ୍ବାର ଏବଂ ୧୧୨ Nmର ପିକ୍‌ ଟର୍କ ଜେନେରେଟ କରିଥାଏ। ଏହା ସହ ନିର୍ଦ୍ଦିଷ୍ଟ ଭାରିଆଣ୍ଟ CNG ଅପ୍ସନ ସହ ମଧ୍ୟ ଉପଲବ୍ଧ ହେବ। କମ୍ପାନି ଅନୁଯାୟୀ, କାରରେ ମାନୁଆଲ ଭର୍ଜନ ୨୪.୭୯ kmpl ଏବଂ ଅଟୋମେଟିକ ଭର୍ଜନ 25.71 ମାଇଲେଜ ଦେବ। ସେହିଭଳି ସିଏନଜି ଭର୍ଜନରେ ପ୍ରତି କେଜି ସିଏନଜିରେ ୩୩.୭୩ କିମିର ମାଇଲେଜ ମିଳିବ।

ନୂଆ ଜେନେରେସନ ଡିଜାୟର ଚାରି ଭାରିଆଣ୍ଟ- LXi, VXi, ZXi ଏବଂ ZXi Plusରେ ମାର୍କେଟକୁ ଆସିବ। କାର୍‌ର ଦାମ୍ ୬.୭୯ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.