ନୂଆଦିଲ୍ଲୀ, ୦୯/୦୮: ଲଞ୍ଚ୍ ହେଲା ସେକେଣ୍ଡ ଜେନେରେସନ୍ ମର୍ସିଡିସ୍ ବେଞ୍ଚ ଜିଏଲସି। ଯାହାର ଏକ୍ସସୋରୁମ୍ ମୂଲ୍ୟ ୭୩.୫୦ ଲକ୍ଷ ଟଙ୍କା ରହିଛି । ମର୍ସିଡିସି୍ର ଏହି ଜିଏଲସି ମଡେଲ ଖୁବ୍ ଲୋକପ୍ରିୟ। ୨୦୧୬ରେ ଗ୍ଲୋବାଲ ସେଲ୍ ଆରମ୍ଭ ପରଠାରୁ ଏହାର ପ୍ରାୟ ୨୬ ଲକ୍ଷ ୟୁନିଟ୍ ବିକ୍ରି ହୋଇଛି। କେବଳ ଭାରତରେ ପ୍ରାୟ ୧୩ ହଜାର ୟୁନିଟ୍ ମର୍ସିଡିଜ୍ ଜିଏସଲସି ବିକ୍ରି ହୋଇଛି। ଏସୟୁଭି ସେଗମେଣ୍ଟର ଏହି ଲଗଜରୀ କାର୍ ଗ୍ରାହକଙ୍କୁ ଏକ ସ୍ପୋର୍ଟି ଲୁକ୍ ଏବଂ ଉତ୍ତମ କ୍ୟାବିନ୍ ଯୋଗାଇବ। ଆଉ ଏହାର ସେକେଣ୍ଡ ଜେନେରେସନ ମଧ୍ୟ ଲୋକପ୍ରିୟତାକୁ ବଢ଼ାଇବ।
ଏମିତି ରହିଛି ଫିଚର୍ସ:
ନୂଆ ସେକେଣ୍ଡ ଜେନେରେସନ ଜିଏଲସି ପୂର୍ବ ମଡେଲ ତୁଳନାରେ ବଡ଼ ରହିଛି। ଏହା ଏଥିପାଇଁ କାରଣ ଏଥର ଅଧିକ ବଡ଼ ୧୯ ଇଞ୍ଚର ହ୍ବିଲ୍ବେସ୍ ରହିଛି। ଆଉ ଏହା ଫଳରେ କାର୍ରେ ପଛ ସିଟ୍ ସ୍ପେଶ୍ ମଧ୍ୟ ବଢ଼ିଛି। କାର୍ରେ ଏଲଡି ହେଡଲାଇଟ୍, ରେଡିଏଟର ଗ୍ରୀଲ ଡିଜାଇନ୍ ଖୁବ୍ ଆକର୍ଷଣୀୟ ରହିଛି। ସେହିପରି ଜିଏଲସି ସେକେଣ୍ଡ ଜେନେରେସନରେ ୩ଡି ଡିଜାଇନ୍ର ସ୍ପୋର୍ଟି ଟେଲ୍ ଲାଇଟ୍ ରହିଛି। ଜିଏଲସିରେ ସି-କ୍ଲାସ୍ ସିଡାନ୍ କ୍ୟାବିନ୍ ରହିଛି। ୧୧.୯ ଇଞ୍ଚର ଇନ୍ଫୋଟେନମେଣ୍ଟ ସ୍କ୍ରିନ୍, ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ କାର୍ପ୍ଲେ ରହିଛି ଫିଚର ରହିଛି । ଏହା ସହ କାର୍ରେ ଏକ ବଡ଼ ସନ୍ରୁଫ୍ ଏବଂ ଆମ୍ବିଏଣ୍ଟ ଲାଇଟିଂ ସେଟ୍ ଅପ୍ ରହିଛି। ଏଥିରେ ୧୫ଟି ସ୍ପିକର ରହିଛି।
ଇଞ୍ଜିନ ଏବଂ ଟ୍ରାନ୍ସମିଶନ:
ନୂଆ ଜିଏଲସିରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ୍ ରହିଛି। ପେଟ୍ରୋଲ ଇଞ୍ଜିନ୍ ୨୮୦ hpରେ ୬୦୦ nm ଟର୍କ ଜେନେରେଟ କରିଥାଏ। ସେହିପରି ଡିଜେଲ ଇଞ୍ଜିନ୍ ୨୨୦ hpରେ ୬୪୦nm ଟର୍କ ଜେନେରେଟ କରିଥାଏ। ଜିଏଲସିରେ ୯ଜି ଟ୍ରନିକ୍ ଗିୟରବକ୍ସ ସହ ରହିଛି। ଏହାର ପେଟ୍ରୋଲ ଭ୍ୟାରିଏଣ୍ଟ ୬.୨ ସେକେଣ୍ଡ ଏବଂ ଡିଜେଲ ଇଞ୍ଜିନ ଭ୍ୟାରିଏଣ୍ଟ ୮ ସେକେଣ୍ଡରେ ରେ ୦ରୁ ୧୦୦ କିମି ପ୍ରତିଘଣ୍ଟା ସ୍ପିଡ୍ରେ ପହଞ୍ଚିବ। ଏହି ମର୍ସିଡିଜ୍ ଜିଏଲସି ବିଏମଡବ୍ଲୁ ଏକ୍ସ୩, ଅଡି କ୍ୟୁ ୫ ଏବଂ ଲ୍ୟାଣ୍ଡ ରଭର ଡିସ୍କଭରୀ ସ୍ପୋର୍ଟ, ଭଲଭୋ ଏକ୍ସସି୬୦ ଆଦିକୁ ଟକ୍କର ଦେବ।