ନିର୍ବାଚନ ପରେ ଧାମନଗରବାସୀଙ୍କୁ ଧନ୍ୟବାଦ ଦେଲେ ମନ୍ତ୍ରୀ ଓ ସାଂସଦ

Published By : Prameya-News7 Bureau | July 16, 2024 IST

ଭଦ୍ରକ ୧୬: ନିର୍ବାଚନ ପରେ ଧନ୍ୟବାଦ ସଭା । ବିଜୟୀ କରିବା ସହ ନୂଆ ସରକାର ପାଇଁ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ଓ ସାଂସଦ । ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ସ୍ଥିତ ମେଡିକାଲ ନିକଟ ମେଲଣ ପଡିଆ ଠାରେ ଧନ୍ୟବାଦ ସଭା ଆୟୋଜିତ କରିଛି ଧାମନଗର ବିଜେପି । ଦଳର ବରିଷ୍ଠ ନେତାଙ୍କ ସହ ଉଚ୍ଚଶିକ୍ଷା, କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଧନ୍ୟବାଦ ସଭାରେ ଯୋଗ ଦେଇଛନ୍ତି । ଧାମନଗର ବାସୀ ପରିବର୍ତ୍ତନରେ ସାମିଲ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିଥିବାରୁ ମନ୍ତ୍ରୀ ଓ ସାଂସଦ ଧନ୍ୟବାଦ ଅର୍ପଣ କରିଛନ୍ତି । ଭୋଟରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଲୋକଙ୍କ ବିଶ୍ୱାସ ପାଇଁ ଧାମନଗରରେ ପରିବର୍ତ୍ତନ ସହ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ଏକ ନମ୍ବର ହେବ ବୋଲି ନେତୃତ୍ୱ ମାନେ କହିଛନ୍ତି ।


You Can Read:

ଗୋମାଂସ ବୋଝେଇ କଣ୍ଟେନର ଜବତ, ଚାଳକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.