ଗୋମାଂସ ବୋଝେଇ କଣ୍ଟେନର ଜବତ, ଚାଳକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

Published By : Prameya-News7 Bureau | July 16, 2024 IST

ଛତ୍ରପୁର ୧୬।୭: ଗୋମାଂସ ବୋଝେଇ କଣ୍ଟେନର ଜବତ । କଣ୍ଟେନର ଚାଳକକୁ ଅଟକ ରଖିଛି ପୋଲିସ । ଖୋର୍ଦ୍ଧାରୁ ହାଇଦ୍ରାବାଦକୁ ଗୋମାଂସ ଚାଲାଣ ବେଳେ ଧରାପଡିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧାରୁ ହାଇଦ୍ରାବାଦ ଗୋମାଂସ ଚାଲାଣ ବେଳେ ଧରାପଡିଲା କଣ୍ଟେନର । ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ଛକ ନିକଟରେ ଧରିଲେ ସ୍ଥାନୀୟ ଲୋକ । ଗାଡି ଭିତରେ ବିପୁଳ ପରିମାଣର ଗୋମାଂସ ପ୍ୟାକେଟ୍ କରି ରଖାଯାଇଥିଲା । ଜବତ ଗୋମାଂସ ପ୍ରାୟ ୧୮ ଟନ୍ ହେବ ବୋଲି ଜଣାପଡିଛି । ଛତ୍ରପୁର ପୋଲିସ ପହଞ୍ଚି କଣ୍ଟେନରଟିକୁ ଜବତ କରିଛି । କଣ୍ଟେନର ଚାଳକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

You Can Read:

ଗୋମାଂସ ଚାଲାଣ ବେଳେ ଧରାପଡିଲା : ଗୋଡ଼େଇ ଗୋଡ଼େଇ ଗାଡିକୁ କାବୁ କଲେ ଲୋକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.