ଖୋଲାନଥିଲା ସ୍କୁଲ, ଗ୍ରାଉଣ୍ଡ ଜିରୋରେ ସ୍ଥିତି ଯାଞ୍ଚ ବେଳେ ଭଡକିଲେ ମନ୍ତ୍ରୀ

Published By : Prameya-News7 Bureau | October 23, 2024 IST

ଭଦ୍ରକ ୨୩/୧୦: ଭଡକିଲେ ମନ୍ତ୍ରୀ । ମନ୍ତ୍ରୀ ସୂର୍ଯ୍ୟବଂଶୀ ଗ୍ରାଉଣ୍ଡରେ ସ୍ଥିତି ପରଖିବା ବେଳେ ଖୋଲା ନଥିଲା ସ୍କୁଲ । କର୍ମଚାରୀଙ୍କ ଉପରେ ଅସନ୍ତୋଷ ପ୍ରକଟ କଲେ । ବାତ୍ୟା ବେଳେ ଥଇଥାନ ପାଇଁ ସବୁ ସ୍କୁଲ ଖୋଲା ଥିବାକୁ ନିର୍ଦ୍ଦେଶ ଥିବା ବେଳେ କୋଠାର ସ୍ଥିତ ଏକ ସ୍କୁଲରେ ତାଲା ପଡ଼ିଥିଲା । ତାଲା ଖୋଲିବା ପରେ ମନ୍ତ୍ରୀ ଭିତରକୁ ଯାଇ ସ୍ଥିତି ପରଖିଲେ ।

ସୂଚନା ଥାଉକି, ବାତ୍ୟା ଦାନା ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି କରିଛନ୍ତି ସରକାର । ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଘୋଷଣା ହୋଇଛି । ତେବେ ପିଲା ସିନା ସ୍କୁଲ ଆସିବେନି କିନ୍ତୁ ସ୍କୁଲ ଖୋଲା ରହିବା ସିନା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲଷ୍ଟର ଡ୍ୟୁଟି କରିବେ ବୋଲି କୁହାଯାଇଛି । 

ତେବେ ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କିନ୍ତୁ ସ୍କୁଲ ଖୋଲାନଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଭଡକିଥିଲେ ମନ୍ତ୍ରୀ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.