ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ 'ଦାନା', ପବନର ବେଗ ରହିବ ୧୦୦ରୁ ୧୨୦ କି.ମି.: IMD ଡିଜି

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର ୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍‌ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ।

ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ 'ଦାନା' । ୨୪ ରାତି ଓ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍ କରିବ 'ଦାନା' । ବୁଧବାର ରାତିରୁ ଗୁରୁବାର ସକାଳ ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଉପକୂଳ ଜିଲ୍ଲାରେ ବର୍ଷା ସହ ବଢିବ ପବନ । ୨୪ ଓ ୨୫ ତାରିଖରେ ଉପକୂଳ ଜିଲ୍ଲାରେ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ । ଧାନ ଓ ପନିପରିବା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା । ସମୁଦ୍ରରେ ୧ ରୁ ୨ ମିଟର ଉଚ୍ଚରେ ଜୁଆର ଉଠିବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ବେଶୀ ପ୍ରଭାବିତ ହେବ । ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କେନ୍ଦୁଝର, ଢେଙ୍କାନାଳ ଅଧିକ ବର୍ଷା ସମ୍ଭାବନା । ପବନର ବେଗ ୬୦ ରୁ ୮୦ କିଲୋମିଟର ବେଗରେ ବୋହିବ

You Can Read:

ସଜାଗ ଓ ନିରାପଦ ରହି ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ : ନବୀନ ପଟ୍ଟନାୟକ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.