ବାତ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର

Published By : Prameya-News7 Bureau | October 23, 2024 IST

ଖଲ୍ଲିକୋଟ ୨୩/୧୦: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି । ପ୍ରଶାସନିକ ସ୍ତରରେ ବାରମ୍ବାର ବୈଠକ କରି ସମସ୍ତ ବିଭାଗକୁ ସଜାଗ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛି । ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ଥିବା କହିଛନ୍ତି ମୂଖ୍ୟ ଚିକିତ୍ସା ଅଧିକାରୀ । 

ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହେବା ସହ ଆବଶ୍ୟକୀୟ ଔଷଧ ମହଜୁଦ ରଖାଯାଇଛି । ବିଦ୍ୟୁତ ସରାବରାହ ବନ୍ଦ୍ ବେଳେ ଜେନେରେଟର ଓ ପେଟ୍ରୋଲ ଡିଜେଲ ମହଜୁଦ ରଖାଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ନ ପ୍ରସବା ଯେଉଁ ଗର୍ଭବତୀ ମାନେ ନିକଟ ଭବିଷ୍ୟତରେ ଅକ୍ଟୋବର ମାସରେ ପ୍ରସବ କରିବା ତାରିଖ ରହିଛି, ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଶା ଦିଦି ମାନଙ୍କ ଦ୍ୱାରା ଅଣାଯାଇଛି । ସେମାନଙ୍କ ଖାଦ୍ୟ ପାନୀୟ ଠାରୁ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । 

ବାତ୍ୟା ପ୍ରଭାବରେ ଗଛପତ୍ର ଭାଙ୍ଗି ରାସ୍ତା ଅବରୋଧ ହେଲେ ଯାତାୟାତ ବାଧାପ୍ରାପ୍ତ ହେଲେ ଗର୍ଭବତୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଆସିବାରେ ଅସୁବିଧା ନହେବା ପାଇଁ ସରକାର ଏକ ମହତ ପଦକ୍ଷେପ ନେଇଛନ୍ତି । ଅନ୍ୟାନ୍ୟ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସମସ୍ତ ସହାୟକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପ କେନ୍ଦ୍ରମାନଙ୍କରେ ଜରୁରୀକାଳୀନ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି ଓ ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.