ଭଦ୍ରକରେ ଜିଲ୍ଲା ପ୍ରଶାସନର ବାତ୍ୟା ସମୀକ୍ଷା, NDRAF ଓ ODRAF ଟିମ ସମ୍ଭାଳିବେ ମୋର୍ଚ୍ଚା

Published By : Prameya-News7 Bureau | October 23, 2024 IST

ଭଦ୍ରକ: ଭଦ୍ରକର ପୂର୍ବତନ ଜିଲ୍ଲାପାଳ ତଥା ରାଜସ୍ଵ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀ ଭଦ୍ରକରେ ପହଞ୍ଚିଛନ୍ତି। ସେ ଭଦ୍ରକରେ ପହଞ୍ଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମୁଖ୍ୟ ଉନୟନ ଅଧିକାରୀଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଛନ୍ତି। 

ପ୍ରତି ପଞ୍ଚାୟତରେ ଜଣେ ଜଣେ ଶିକ୍ଷକଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରିବା ଓ ସେମାନେ ସିଧା ସଳଖ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ କିପରି ଜୋନ ଅଫିସର ଓ ବରିଷ୍ଠ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବେ, ସେ ସମ୍ପର୍କରେ ଅତିରିକ୍ତ ଶାସନ ସଚିବ ପରାମର୍ଶ ଦେଇଥିଲେ। ବିଶେଷ କରି ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ମାନଙ୍କରେ NDRAF ଓ ODRAF ଟିମ କୁ ନେଇ ବରିଷ୍ଠ ଅଧିକାରୀ ମାନେ ଏରିଆ ଡୋମିନେସନ କରିବାକୁ ପରାମର୍ଶ ଦେଇଛନ୍ତି।ଭଦ୍ରକ ଜିଲ୍ଲା ପ୍ରଶାସନ ବାତ୍ୟା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ରହିଛି। କେବଳ ଲୋକମାନେ ପ୍ରଶାସନର ସମସ୍ତ ସୂଚନାକୁ ମାନି ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଦାନା। ଏହା ଏବେ ପାରାଦୀପ ଠାରୁ ୪୨୦ କିମି ଓ ଧାମରାରୁ ୪୫୦ କିଲୋମିଟର ଦୂରରେ ରହିଛି। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି। ଏହା ଘନୀଭୂତ ହୋଇ ଗୁରୁବାର ସକାଳେ ଭୀଷଣ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ ଦାନା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.