ବାତ୍ୟା ଅପଡେଟ୍‌ (ସନ୍ଧ୍ୟା-୫.୩୦): ପାରାଦୀପ ଠାରୁ ୪୨୦ କିମି ଦୂରରେ ଦାନା, ୧୨ କିମି ବେଗରେ ସ୍ଥଳଭାଗ ମୁହାଁ

Published By : Prameya-News7 Bureau | October 23, 2024 IST

News7

ଭୁବନେଶ୍ୱର: ଉପକୂଳକୁ ପାଖେଇ ଆସୁଛି ଦାନା। ପାରାଦୀପ ଠାରୁ ଏବେ ୪୨୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ ଦାନା। ସେହିପରି ଧାମରା ଠାରୁ ୪୫୦ କିମି ଓ ସାଗର ଦ୍ୱୀପ ଠାରୁ ୫୦୦ କିମି ଦୂର ଦକ୍ଷିଣ- ଦକ୍ଷିଣପୂର୍ବରେ ରହିଛି। ଗତ ୬ ଘଣ୍ଟା ୧୨ କିମି ବେଗରେ ସ୍ଥଳଭାଗକୁ ମାଡ଼ିଆସୁଛି। ଗୁରୁବାର ସକାଳେ ଏହା ଭୀଷଣ ଝଡ଼ର ରୂପ ନେବ। ସନ୍ଧ୍ୟା ବେଳକୁ ଓଡ଼ିଶା ଉପକୂଳରେ ପହଞ୍ଚିବ। ୨୪ ରାତି କିମ୍ବା ୨୫ ସକାଳ ମଧ୍ୟରେ ଏହା ପୁରୀ ଠାରୁ ସାଗରଦ୍ୱୀପ ମଧ୍ୟରେ ଅତିକ୍ରମ କରିବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। 

୨୪ ତାରିଖ ଅର୍ଥାତ ଗୁରୁବାର ପାଇଁ ୭ ଜିଲ୍ଲାକୁ ଜାରି କରାଯାଇଛି ରେଡ ଓ୍ୱାର୍ଣ୍ଣିଂ। ସେହି ଜିଲ୍ଲାଗୁଡିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର। ଏସବୁ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ। ସେହିପରି ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। 


ସେହିପରି ୨୫ ତାରିଖ ଅର୍ଥାତ ଶୁକ୍ରବାର ୪ ଜିଲ୍ଲାରେ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ୱର ଓ ଭଦ୍ରକ। ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର। ସେହିପରି ୬ ଜିଲ୍ଲାକୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.