ବାତ୍ୟା ପାଇଁ ଭଦ୍ରକ ସଜାଗ, ସ୍ଥାନାନ୍ତର ହେଲେଣି ୧୪୧ ଗର୍ଭବତୀ

Published By : Prameya-News7 Bureau | October 23, 2024 IST

ଭଦ୍ରକ: ବାତ୍ୟା ପାଇଁ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ, ଗ୍ରାମାଞ୍ଚଳରେ ଜନ ସାଧାରଣଙ୍କ ପାଇଁ ପ୍ରଶାସନ ସଜାଗ ରହିଛି । ଭଦ୍ରକ  ଜିଲ୍ଲାରେ ୧୦୫ ବାତ୍ୟା ଆଶ୍ରୟସ୍ଥଳୀ ସହ ୫୯୮ ସ୍କୁଲ, ସରକାରୀ ଘର ଆଦିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହେବା ପାଇଁ ପ୍ରସ୍ତୁତ ରହିଛି । ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ  ହୋଇ ଯାଇଛି। 

ଜିଲ୍ଲାରେ ୨୬୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୧୪୧ ଗର୍ଭବତୀଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୧୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଛି । ସୁରକ୍ଷା ପାଇଁ ସମସ୍ତ ହାଇ ମାସ୍କ ଲାଇଟକୁ ଡାଉନ୍ କରାଯାଇଛି । ବଡ ବଡ ହୋଡ଼ିଂକୁ ଖୋଲି ଦିଆଯାଇଛି । ବାତ୍ୟା ଓ ପବନକୁ ଲକ୍ଷ୍ୟ କରି ନିଆଯାଇଛି ନିଷ୍ପତ୍ତି । ତେବେ ଭଦ୍ରକ ପୌରାଞ୍ଚଳରେ ବର୍ଷାକୁ ନଜରରେ ରଖି ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହୋଇଛି। ୧୦ ନମ୍ବର ୱାର୍ଡରେ ଦୁଇଟି ଯଥା ଭଦ୍ରକ କଲେଜ ଓ ବଙ୍କ ସ୍କୁଲକୁ ଆଶ୍ରୟ ସ୍ଥଳୀ କରା ଯାଇଛି। ଏହି ସ୍ଥାନରେ ନୋଡାଲ ଅଫିସର ଓ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ଲୋକ ପ୍ରତିନିଧିମାନେ ସଜାଗ ଅଛନ୍ତି । ପାଗ ବିଗିଡ଼ିଲେ କିମ୍ବା ବର୍ଷା ଆରମ୍ଭ ହେଲେ ଲୋକଙ୍କୁ ଆଣିବା ପାଇଁ ପ୍ରସ୍ତୁତ ରହିଛନ୍ତି । 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ଭିତରକନିକା-ଧାମରା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ ! ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୫ ଘଣ୍ଟା ରହିବ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପାଣିପାଗ ବିଭାଗ। ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଏହା ସ୍ଥଳଭାଗ ଛୁଇଁବ।  ଲ୍ୟାଣ୍ଡଫଲ୍ ସମୟରେ ପବନର ଗତି ରହିବ ୧୦୦ରୁ ୧୧୦ କିମି। ଝଟକା ପବନର ବେଗ ରହିବ ୧୨୦ କିମି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.