ଟାଇମ୍ସ ବିଜନେସ ପୁରସ୍କାରରେ ସମ୍ମାନିତ ହେଲା ପାରାଦୀପ ଫସଫେଟ୍ସ ଲିମିଟେଡ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ବର: ସାର ଶିଳ୍ପରେ ଯୋଗଦାନ ଏବଂ କୃଷି ସମ୍ପ୍ରଦାୟର ଆୟ ବୃଦ୍ଧିରେ ଏହାର ସାମଗ୍ରିକ ପ୍ରୟାସ ପାଇଁ ପୁଣି ଥରେ ସମ୍ମାନୀତ ହୋଇଛି ପାରାଦୀପ ଫସଫେଟ୍ସ ଲିମିଟେଡ୍। କୃଷି କ୍ଷେତ୍ରରେ ପାଇଁ ଏହାର ‘ଆଗ୍ରି ରେଭୋଲ୍ୟୁସନ ଫର୍‌ ଭିଜିଟ୍‌ ଭାରତ’ ବିପ୍ଲବର ନେତୃତ୍ବ ପାଇଁ ପିପିଏଲ୍ ସମ୍ମାନଜନକ ଟାଇମ୍ସ ବିଜନେସ ଆଓ୍ବାର୍ଡରେ ପୁରସ୍କୃତ ହୋଇଛି।

ମଙ୍ଗଳବାର ଭୁବନେଶ୍ୱରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ପାରାଦୀପ ଫସଫେଟ୍ସର ହେଡ୍‌ କର୍ପୋରେଟ୍ ଆଫେୟାର୍ସ ସୁଧୀ ରଂଜନ ମିଶ୍ର। ଏହି ପୁରସ୍କାର ଭାରତର କୃଷି ସ୍ଥିତିକୁ ବଦଳାଇବାରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ PPLକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଶ୍ରୀ ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.