କେନ୍ଦୁଝରରେ ବାତ୍ୟା ପାଇଁ ଜୋରସୋର ପ୍ରସ୍ତୁତି, ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

Published By : Prameya-News7 Bureau | October 23, 2024 IST

ଆନନ୍ଦପୁର 23/10 :  ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ପ୍ରସ୍ତୁତି ଜୋରସୋର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରଶାସନ କିଭଳି ପ୍ରସ୍ତୁତି ରହିଛି ତାହାର ସମୀକ୍ଷା କରିଛନ୍ତି ଆନନ୍ଦପୁର ବିଧାୟକ ଓ କେନ୍ଦୁଝର ଜିଲ୍ଲାପାଳ। ବିଧାୟକ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସ୍ଥାନିୟ ବ୍ଲକ୍ କାର୍ଯ୍ୟଳୟ ସଭାଗୃହରେ ବିଡିଓ,  ତହସିଲଦାର,  ବିଭିନ୍ନ  ବିଭାଗିୟ ଅଧିକାରୀ,  ସ୍ଥାନୀୟ ଜନପ୍ରତିନିଧିଙ୍କୁ ନେଇ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ  ହୋଇଛି। 

ବୈଠକରେ ବାତ୍ୟା ପୂର୍ବରୁ,  ବାତ୍ୟା ସମୟରେ ଓ ବାତ୍ୟାପରେ ଲୋକଙ୍କୁ କିଭଳି ସେବା ପ୍ରଦାନ କାଯିବ ସେ ସମ୍ପର୍କରେ ବିଭିନ୍ନ ବିଭାଗର ଦାୟିତ୍ବ ସମ୍ପର୍କରେ ଅବଗତ କରାଯାଇଛି। ଲୋକଙ୍କ ଧନ ଜୀବନ ସହ ଗୃହପାଳିତଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ ସବୁ ବିଭାଗକୁ ସତର୍କ କରାଯାଇଛି। ଏହି ବୈଠକ ପରେ କେନ୍ଦୁଝର ଜୁଲ୍ଲାପାଳ ଆନନ୍ଦପୁର ଠାରେ ପହଁଞ୍ଚି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସ୍ଥିତିର ସମୀକ୍ଷା କରିଛନ୍ତି। ଆନନ୍ଦପୁର ଘଷିପୁରା ଓ ହାଟଡିହି ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ନେଇ ଜିଲ୍ଲାପାଳଙ୍କ ଏହି ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।


୨୪ ତାରିଖରେ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ଓ ୨୫ ରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାଲି ସକାଳୁ ସମସ୍ତ ତିନି ଗୋଟି ବ୍ଲକ୍ ରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିସ୍ପତି ହୋଇଛି। ଅନ୍ୟପଟେ ବାତ୍ୟା ମୁକାବିଲା କରିବାକୁ ଆନନ୍ଦପୁରରେ ଗୋଟିଏ ଏଡିଆରଏଫ ଟିମ୍ ପହଁଞ୍ଚିଥିବାବେଳେ ଆଉ ଏକ ଓଡ୍ରାଫ୍ ଟିମ୍ ପହଁଞ୍ଚିବାର ସୂଚନା ରହିଛି । ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳା 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.