ପ୍ରଶାସନର ଚେତାବନୀ ପରେ କେନ୍ଦ୍ରାପଡାରେ ହୋଇଛି ଗଜଲକ୍ଷ୍ମୀ ପୂଜା ଭସାଣି

Published By : Prameya-News7 Bureau | October 23, 2024 IST

କେନ୍ଦ୍ରାପଡ଼ା 23/10 : ବାତ୍ୟା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସବୁଠି ସତର୍କ ସଚେତନ କରାଯାଉଛି। ଏଭଳି ପରିସ୍ଥିତିରେ ପ୍ରଶାସନର ଚେତାବନୀ ପରେ ଆଜି କେନ୍ଦ୍ରାପଡାରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା ଭସାଣି l ଧାର୍ଯ୍ୟ ସମୟ ପୂର୍ବରୁ ଶୋଭାଯାତ୍ରାରେ ବାହାରି ଦେବୀଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି l

 

ଚଳିତ ବର୍ଷ ବାତ୍ୟା ପାଇଁ ଗଜଲକ୍ଷ୍ମୀ ମେଳଣକୁ ବାତିଲ୍ କରି ଦିଆଯାଇଛି l ଆଜି ରାତି ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି l ତେଣୁ ନିରାଡମ୍ବର ଭାବେ କେନ୍ଦ୍ରାପଡା ପୌରାଞ୍ଚଳ ରେ ଆରମ୍ଭ ହୋଇଛି ମା ଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ l 


Also Read- ବାତ୍ୟା ପ୍ରସ୍ତୁତି ; ଶୂନଶାନ୍ ପୁରୀ ସମୁଦ୍ର କୂଳରେ ଥିବା ବିଭିନ୍ନ ହୋଟେଲ


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.