ପାରିବାରିକ କଳହରୁ ହତ୍ୟାକାଣ୍ଡ, ନାବାଳକ ପୁଅ ମାଡ଼ରେ ବାପା ମୃତ

Published By : Prameya-News7 Bureau | May 02, 2025 IST

ବାଲିପାଟଣା ୨।୫ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ । ବାପାକୁ ହତ୍ୟା କଲା ନାବାଳକ ପୁଅ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ତିହୁରୀ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ନାବାଳକ ପୁଅର ରଡ୍ ମାଡରେ ବାପାଙ୍କ ମୃତ୍ୟୁ ହୋଇଛି । ମୃତକ ତିହୁରୀ ଗ୍ରାମର ଗଜରାଜ ଭୋଇ । ଗୁରୁବାର ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୮ଟାରେ ଗଜରାଜ ମଦ ପିଇ ଘରେ ଗଣ୍ଡଗୋଳ କରିଥିଲେ । ଘଟଣାକୁ ନେଇ ବାପ-ପୁଅ ମାରପିଟ୍ ହୋଇଥିଲେ । ଏଥିରେ ନାବାଳକ ପୁଅ ଉତ୍ତ୍ୟକ୍ତ ହୋଇ ଏକ ରଡ୍‌ରେ ଗଜରାଜଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ ।  ତାଙ୍କ ମାଡ଼ରେ ବାପା ଗଜରାଜ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଗୁରୁତର ହୋଇ ଅଡଶପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଗଜରାଜଙ୍କୁ ମୃତ ଘୋଷଣା କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି ।  ଘଟଣାସ୍ଥଳରେ ବାଲିପାଟଣା ପୋଲିସ ତଦନ୍ତ  କରୁଛି । ହତ୍ୟାକାରୀ ପୁଅ ତିହୁରି ସ୍ଥିତ ଘରେ ରହିଛନ୍ତି । ଚଳିତ ବର୍ଷ ସେ ମେଟ୍ରିକ୍ ପରୀକ୍ଷା ଦେଇଛନ୍ତି ।

You Can Read:

ଆଉ ମାତ୍ର କେଇ ମିନିଟ୍ ପରେ ପହଞ୍ଚିଥାନ୍ତେ ଘରେ, ବାଇକ୍ ଦୁର୍ଘଟଣାରେ ଚାଲିଗଲା ବାପା-ଝିଅଙ୍କ ମୃତ୍ୟୁ, ପୁଅ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.