ଜମି ବିବାଦ ନେଲା ଉଗ୍ରରୂପ, ମା’ଝିଅଙ୍କୁ ପଡୋଶୀର ଛୁରାମାଡ

Published By : Prameya-News7 Bureau | June 14, 2024 IST

ସମ୍ବଲପୁର ୧୪/୬: ରକ୍ତମୁଖା ପଡୋଶୀ, ମାଆ-ଝିଅକୁ ଛୁରୀରେ ମରଣାନ୍ତକ ଆକ୍ରମଣ । ସମ୍ବଲପୁର ଅଇଁଠାପାଲି ଥାନା ଗୋପାଲମାଳରେ ଚାଞ୍ଚଲ୍ୟ । ସକାଳ ପ୍ରାୟ ୯ଟା ସମୟରେ ଇନ୍ଦୁ,ଝିଅ ପାୟଲଙ୍କୁ ନେଇ ଦୋକାନକୁ ଯାଉଥିଲେ । ତାଙ୍କର ଏକ ଲେଡିଜ ଟେଲର ଦୋକାନ ଅଛି । ଏହି ସମୟରେ ପଡୋଶୀ ସୁରଜ ହାତୀ ଅତର୍କିତ ଭାବରେ ଇନ୍ଦୁ ଓ ପାୟଲଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଉଭୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି । ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଇନ୍ଦୁଙ୍କ ସ୍ବାମୀ ମୋଜାଇକ ମିସ୍ତ୍ରୀ ଭାବେ କାମ କରୁଥିଲେ। ତେବେ ଅସୁସ୍ଥତା ହେତୁ ସେ ଆଉ କାମ କରିପାରୁ ନାହାନ୍ତି। ତେଣୁ ଇନ୍ଦୁ ଓ ତାଙ୍କ ଝିଅ ଏକ ଟେଲରିଂ ଦୋକାନ କରିଛନ୍ତି ।  ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ ।  ସେଥିରେ ସେମାନଙ୍କ ପରିବାର ଚଳେ।। ମାଆ-ଝିଅ ଧାର କରଜ କରି ଦାନିପାଲିରେ ଘରଟିଏ କରିଛନ୍ତି । ଜାଗାବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଦିନରୁ ବିବାଦ ଚାଲିଥିଲା । ବହୁବାର ଥାନାକୁ କଥା ଯାଇଛି । ଭିତରେ ଭିତରେ ରାଗରେ ଜଳୁଥିବା ସୁରଜ ଏପରି କାଣ୍ଡ ଭିଆଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.