ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ !

Published By : Prameya-News7 Bureau | June 21, 2024 IST

Breaking_1

ଭୁବନେଶ୍ୱର ୨୧।୦୬ : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ । ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ସିଭି ରମଣ କଲେଜ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ତମାଣ୍ଡୋ ଥାନା ସିଭି ରମଣ କଲେଜ ପାଖ ରାସ୍ତା ନିକଟରେ ଜଣେ ଯୁବକଙ୍କ ମୃତଦହେ ପଡିଥିବାର ଦେଖିବାକୁ ମିଳିଥିଲା । ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡିଥିବା ଦେଖି ନିକଟସ୍ଥ ତମାଣ୍ଡୋ ଥାନାକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ମୃତକଙ୍କ ନାମ ସୁଶାନ୍ତ ଶତପଥୀ ବୋଲି ସୂଚନା ରହିଛି । ସୁଶାନ୍ତଙ୍କ ଘରେ ଜଣେ ଯୁବକ ଭଡ଼ାଟିଆ ରହୁଥିଲେ । ଉକ୍ତ ଯୁବକ ଜଣଙ୍କ ହତ୍ୟା କରିଥିବା ଅନୁମାନ କରାଯାଉଛି । 

ସେପଟେ ତମାଣ୍ଡୋ ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଆଉ ଘଟଣାର ତଦନ୍ତ ଜାରି ରଖିଛି । କେଉଁ କାରଣରୁ ହତ୍ୟା ହୋଇଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଅନୁମାନ କରାଯାଉଛି । 

  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.