ଘରେ ଶୋଇଥିଲେ ବାପା-ପୁଅ, ଏସିଡ୍ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ

Published By : Prameya-News7 Bureau | October 19, 2024 IST

ବାଲିଗୁଡ଼ା ୧୯।୧୦: ଘରେ ଶୋଇଥିବା ବେଳେ ବାପା-ପୁଅଙ୍କୁ ଏସିଡ୍ ମାଡ଼ l ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ଘରେ ପସି ଏସିଡ୍ ଫିଙ୍ଗି ପଳାଇ ଯାଇଥିବା ଅଭିଯୋଗ ହୋଇଛି l ଏସିଡ୍ ମାଡ଼ରେ ବାପା-ପୁଅ ଗୁରୁତର ହୋଇଛନ୍ତି l ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତିରେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି l ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତର ବୁଢା କୁଣ୍ଢେଲ ଗାଁରୁ l 

ସୂଚନାଯୋଗ୍ୟ ଯେ, ବୁଢ଼ା କୁଣ୍ଡେଲ ଗାଁର ମୋହନ ପନ୍ଦର ନିଜ ୧୨ ବର୍ଷ ବୟସର ପୁଅ ଅନୁଜଙ୍କ ସହ ଶୁକ୍ରବାର ରାତିରେ ଶୋଇଥିଲେ l ରାତି ପ୍ରାୟ ୨ଟା ସମୟରେ କେହି ଦୁର୍ବୃତ୍ତ ଆସି ଉଭୟଙ୍କୁ ଏସିଡ୍ ଫିଙ୍ଗି ଦୌଡ଼ି ପଳାଇଥିବା ଅଭିଯୋଗ କରିଛନ୍ତି ଏସିଡ ମାଡ଼ର ଶୀକାର ହୋଇଥିବା ମୋହନ ପନ୍ଦର l ତେବେ ମୋହନ ଓ ତାଙ୍କ ପୁଅର ଛାତି ଓ ମୁହଁ ପୋଡି ଯାଇଥିବା ବେଳେ ତୁମୁଡିବନ୍ଧ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି l ତୁମୁଡିବନ୍ଧ ଘଟଣାର ତଦନ୍ତ ଆରମ୍ଭ କରିଛି l

You Can Read:

ଶେଷ ନିଶ୍ବାସ ତ୍ୟାଗ କଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା, ବିଭିନ୍ନ ମହଲରେ ଶୋକ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.