ଚା’ରେ ନିଶା ଦେଇ ବସ୍ କର୍ମଚାରୀଙ୍କଠୁ ଲୁଟ୍, ବୁକିଂ ବାହାନାରେ ଆସି ଲୁଟିଲେ

Published By : Prameya-News7 Bureau | July 16, 2024 IST

ପାରାଦୀପ ୧୬।୭: ଭଡାରେ ନେବି ବସ୍, ଦୁଇ ଦିନ ରିର୍ଜଭେସନ ପାଇଁ କେତେ ଟଙ୍କା ପଡିବ ? ଆଉ ଟିକିଏ କମ୍ ରେଟ୍ କର, ଛାଡ ଚା’ ପିଇବା ପରେ କଥାହେବା । ଚା’ ପିଇବା ପରେ ସବୁକିଛି ଲୁଟିନେଲେ ଦୁର୍ବୃତ୍ତ । ଏଭଳି ସିନେମା ଷ୍ଟାଇଲରେ ଲୁଟ୍ ହୋଇଛି ବନ୍ଦର ନଗରୀ ପାରାଦୀପ ବସଷ୍ଟାଣ୍ଡରେ । 

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଦୁଇ ଜଣ ଡ୍ରାଇଭର, ଜଣେ ହେଲପର ଓ ଜଣେ କଣ୍ଡକ୍ଟରକୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଠରବାଙ୍କି ଓ ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଯାଇଛି । ସମସ୍ତ ଅସୁସ୍ଥ ପାରାଦୀପ ଆସୁଥିବା ତ୍ରିଦେବୀ ବସ୍‌ର ଷ୍ଟାଫ । ଡ୍ରାଇଭର ସୁବଳ ଅନ୍ୟ ଜଣଙ୍କ ହେଲେ ବାପି । ସେହିପରି ହେଲପର ଭଞ୍ଜ ଓ କଣ୍ଡକ୍ଟର ରଞ୍ଜନ ବୋଲି ଜଣାପଡିଛି । ତେବେ ପାରାଦୀପ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ଏବେ ଅଭିଯୁକ୍ତ କିଏ ସେ ସମ୍ପର୍କରେ ଅସୁସ୍ଥ ମାନଙ୍କର ଚେତା ଫେରିଲେ ସଠିକ୍ ତଥ୍ଯ ମିଳିପାରିବ ।

You Can Read:

ନିର୍ବାଚନ ପରେ ଧାମନଗରବାସୀଙ୍କୁ ଧନ୍ୟବାଦ ଦେଲେ ମନ୍ତ୍ରୀ ଓ ସାଂସଦ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.