ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଆକ୍ରମଣ; ୧୨ ମନ୍ଦିରରେ ପଶି ୧୪ ମୂର୍ତ୍ତୀ ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | February 06, 2023 IST

ଢାକା: ବାଂଲାଦେଶରେ ପୁଣି ହିନ୍ଦୁ ବିଦ୍ୱେଶୀ ଆକ୍ରମଣ। ମନ୍ଦିର ଭିତରେ ପଶି ଭାଙ୍ଗିଲେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତୀ। ୧୨ଟି ମନ୍ଦିରରେ ପଶି ୧୪ଟି ମୂର୍ତ୍ତୀ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ବାଂଲାଦେଶ ଉତ୍ତରାଞ୍ଚଳ ଠାକୁରଗାଓଁ ଜିଲ୍ଲାର ବାଲିଆଡାଙ୍ଗୀ ଉପଜିଲ୍ଲାରେ ରବିବାର ସକାଳେ ଏଭଳି ଘଟଣା ଘଟିଛି।  ଉପଜିଲ୍ଲା ଅଧିନରେ ଥିବା ଧନ୍ତଳା, ପରିଆ ଏବଂ ଚାରୁଲରେ ଅଜଣା ଦୁର୍ବୃତ୍ତମାନେ ମନ୍ଦିର ବିତରେ ପଶି ଭଙ୍ଗାରୁଜା କରିଛନ୍ତି।

ଘଟଣା ସମ୍ପର୍କରେ ସୂଚନା ଦେଇ ବାଲିଆଡାଙ୍ଗି ପୁଲିସ ଷ୍ଟେସନ ଅଫିସର ଇନ୍‌ଚାର୍ଜ ଖଇରୁଲ ଆନମ କହିଛନ୍ତି “ ଉପଜିଲ୍ଲା ଅଧିନରେ ଧନ୍ତଳା, ପରିଆ ଓ ଚାରୁଲ ୟୁନିୟନରେ ଏହି ଆକ୍ରମଣ ଘଟିଛି।” ଏହି ଦୁର୍ଘଟଣାରେ ସାମିଲ୍ ଥିବା ଲୋକଙ୍କୁ ପୁଲିସ ଧରିବାକୁ ଚେଷ୍ଟା କରୁଛି ବୋଲି ଆନମ କହିଛନ୍ତି। ଉପଜିଲ୍ଲା ନିର୍ବାହୀ ଅପିସରଙ୍କ ସୂଚନା ଅନୁସାରେ ଏହି ୩ଟି ସ୍ଥାନ ରାସ୍ତା ନିକଟବର୍ତ୍ତି ରହିଥିବା ବେଳେ ବିପଦପ୍ରବଣ ଭାବରେ ଥିଲେ।

ରବିବାର ବିଳମ୍ବିତ ରାତିରେ ଏହି ଭଙ୍ଗାରୁଜା ହୋଇଛି ବୋଲି ବିପୁଲ କୁମାର କହିଛନ୍ତି। ଏଥିପାଇଁ ଯାହା ଅତିରିକ୍ତ ସୁରକ୍ଷା ପଦକ୍ଷେପ ନିଆଯିବ। ଅଯଥା ଭୟ ନ କରିବାକୁ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିଛୁ ବୋଲି ବିପୁଲ କହିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛନ୍ତି ବୋଲି ବିପୁଲ କୁମାର କହିଛନ୍ତି।

ଚାରୁଲ ୟୁନିୟନ ପରିଷଦ ଚେୟାରମ୍ୟାନ୍ ଦିଲ୍ଲୀପ କୁମାର ଚାଟାର୍ଜୀ ଘଟଣାର ସତ୍ୟତା ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି “ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମୁଁ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିଥିଲି। ଏହାପରେ ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲି।”

ଧନ୍ତଳା ୟୁନିୟନ ପୂଜା ଉଜ୍ଜାପୋନ କିମିଟି ସାଧାରଣ ସମ୍ପାଦକ ଜ୍ୟୋତିରମୋୟ ସିଂହ କହିଛନ୍ତି “ ଆମେ ଏଠାରେ ଦୀର୍ଘ ୫୦ ଦିନ ହେଲା ପୂଜା କରି ଆସୁଛୁ। କେବେ ବି ଏମିତି ଦୁର୍ଘଟଣା ଘଟି ନାହିଁ। ଏହି ଦୁର୍ଘଟଣାରେ ଯେଉଁମାନେ ସାମିଲ୍ ଅଛନ୍ତି ସେମାନଙ୍କ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରାଯାଉ।”

ଘଟଣାକୁ ନେଇ ଡିସି ମହାବୁବୁର ରେହମାନ କହିଛନ୍ତି ଏଭଳି ଅସାମାଜିକଙ୍କୁ ଲୋକ ଲୋଚନକୁ ଅଣାଯିବ। ଏଥିପାଇଁ ଯାହା କଠୋର କାର୍ଯ୍ୟାନୁଷ୍ଠାନ ଅଛି ତାହା ଗ୍ରହଣ କରାଯିବ ବୋଲି ରେହମାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.