ଆନନ୍ଦପୁର ୧୮।୧: ୪ ଦିନ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ବୈତରଣୀ ନଦୀ ଅମାରଙ୍ଗ ଘଟା ନିକଟରୁ ଉଦ୍ଧାର ହୋଇଛି । ମୃତକ ଘସିପୁରା ଥାନା ଧକୋଠା ଗାଁର ଚିନ୍ତାମଣି ପଲେଇ । ୪ ଦିନ ତଳେ ଚିନ୍ତାମଣି ଗାଧୋଇବାକୁ ନଦୀକୁ ଯାଇ ଆଉ ଫେରିନଥିଲେ । ଘର ଲେକେ ବହୁ ଖୋଜାଖୋଜି କରିବା ପରି ଶେଷରେ ନିରାଶ ହେବା ପରେ ତିନ୍ତାମଣିଙ୍କ ନିଖୋଜ ସମ୍ପର୍କରେ ଘଷିପୁରା ଥାନାରେ ଲିଖିତ ଭାବେ ଜଣାଇଥିଲେ ।
ଶନିବାର ମଧ୍ୟାହ୍ନ ସମୟରେ କିଛି ଲୋକେ ଗାଧୋଇବା ସମୟରେ ଏକ ମୃତଦେହ ପାଣିରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଆନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ମୃତଦେହଟିକୁ ପାଣିରୁ ଉଦ୍ଧାର କରିବାରୁ ତାହା ଚିନ୍ତାମଣିଙ୍କ ମୃତଦେହ ହୋଇଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
You Can Read:
ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଡ଼ ଝଟକା, ବିଜେଡିରେ ମିଶିଲେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି