MKCG ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ : ୫ ସିନିୟର ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲ ଏବଂ କ୍ୟାମ୍ପସରୁ ବିତାଡିତ ନିଷ୍ପତ୍ତି

Published By : Prameya-News7 Bureau | October 30, 2024 IST

ବ୍ରହ୍ମପୁର ୩୦।୧୦: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ରାଗିଂରେ ସମ୍ପୃକ୍ତ ୫ ଜଣ ସିନିୟର ଛାତ୍ରଙ୍କୁ ହଷ୍ଟେଲ ଏବଂ କ୍ୟାମ୍ପସରୁ ୬ ମାସ ପାଇଁ ବିତାଡିତ କରାଯିବ । ଆଣ୍ଟି ରାଗିଂ ସେଲ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଲେ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ । 

୫ ଜଣ ସିନିୟର ଛାତ୍ରଙ୍କ ବିରୁଦ୍ଧରେ ପୋଲିସ ଥାନାରେ ହେବ ମାମଲା । ଗଣମାଧ୍ୟମକୁ ସୂଚନା ଦେଲେ ବ୍ରହ୍ମପୁର ଏସପି ଆଉ ଏକ ରାଗିଂ ନେଇ ଏନଏମସିରେ ଅଭିଯୋଗ ହୋଇଥିବା ନେଇ କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । 


You Can Read:

ଉପର ବାଲିଯାତ୍ରା ପଡିଆକୁ ଯାତ୍ରା ଉଦ୍ଦେଶ୍ୟରେ ବ୍ୟବହାର ନକରିବାରୁ ହାଇକୋର୍ଟଙ୍କ ପରାମର୍ଶ, ଆସନ୍ତା ୭ ତାରିଖରେ ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.