ଲୋମ ଟାଙ୍କୁରା ଦୃଶ୍ୟ! ମୋଦି ଉଠିଲେ, ପଛରୁ ଚୌକି ଘୁଞ୍ଚାଇଲେ ଟ୍ରମ୍ପ

Published By : Prameya-News7 Bureau | February 14, 2025 IST

ନୂଆଦିଲ୍ଲୀ ୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇ ସାରିଛି। ଦୁଇ ବିଶ୍ୱ ନେତାଙ୍କ ସାକ୍ଷାତର ଅନେକ ମନ ଛୁଆଁ ଫଟୋ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସବୁ ଫଟୋଚିତ୍ରରେ ଏପରି କ୍ଷଣ ଓ କଥା ସବୁ ସାମ୍ନାକୁ ଆସୁଛି ଯାହା ଦେଖି ଲୋକେ ମୋଦି ଓ ଟ୍ରମ୍ପଙ୍କ ଗଭୀର ବନ୍ଧୁତ୍ୱର କଥା ହେଉଛନ୍ତି। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଟ୍ରମ୍ପଙ୍କୁ ଭେଟିବା ପାଇଁ ତାଙ୍କ ପାଖକୁ ପହଞ୍ଚିଲେ ଦେଖୁ ଦେଖୁ ଟ୍ରମ୍ପ କହିଥିଲେ ‘ୱି ମିସ୍ ୟୁ ...ୱି ମିସ୍ ୟୁ ଏ ଲଟ୍’। 

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇ ପାରେ ଯେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ପାଖକୁ ଯାଉଥିବା ବେଳେ ଟ୍ରମ୍ପ ଦୁଇ ହାତକୁ ଖୋଲି ତାଙ୍କୁ ସ୍ୱାଗତ କରୁଛନ୍ତି। ଏହାପରେ ଉଭୟ ପରସ୍ପରକୁ କୋଳାଗ୍ରତ କରିଥିଲେ, ଏହି ସମୟରେ ଟ୍ରମ୍ପ ‘ୱି ମିସ୍ ୟୁ ..ୱି ମିସ୍ ୟୁ ଏ ଲଟ’ ବୋଲି କହିଥିଲେ। ଏହା ପରେ ଟ୍ରମ୍ପ ମୋଦିଙ୍କୁ କିଛି ଅନ୍ୟ ଲୋକଙ୍କ ସହ ମଧ୍ୟ ପରିଚୟ କରାଇଥିଲେ। ଏହି ପରିଚୟ ପର୍ବ କିଛି ସମୟ ଧରି ଚାଲିଥିଲା। 


ଏହି ଭିଡିଓର ଶେଷରେ ଦେଖାଯାଇ ପାରେ ଯେ ପ୍ରଧାନମନ୍ତ୍ରୀ ମୋଦି ଏକ ଚୌକିରେ ବସି ନୋଟ୍ ବୁକ୍‌ ରେ କିଛି ନୋଟ୍ ଲେଖୁଛନ୍ତି। ସେ ନୋଟ୍ ଲେଖି ଉଠିବାକୁ ଉଦ୍ୟତ ହେଉଥିବା ବେଳେ ପଛପଟେ ଆମେରିକା ରାଷ୍ଟ୍ରପତି ସୌଜନ୍ୟତା ଦୃଷ୍ଟିରୁ ମୋଦିଙ୍କ ଚୌକିକୁ ପଛକୁ କରୁଥିବାର ଦେଖାଯାଉଛି, ଯେପରି ମୋଦିଙ୍କୁ ଉଠିବାରେ କୌଣସି ଅସୁବିଧା ନ ହୁଏ। 


ମୋ ଠୁ ବେଶ୍ ଭଲ ନେଗୋସିଏଟର ମୋଦି: ଟ୍ରମ୍ପ
ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିବସୀୟ ଆମେରିକା ଯାତ୍ରା କାଳରେ ରାଷ୍ଟ୍ରପତି ଟ୍ରମ୍ପ ମୋଦିଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିଛନ୍ତି। ଯେଉଁ ସମୟରେ ଦୁଇ ନେତା ମିଡିଆକୁ ପ୍ରଶ୍ନର ଜବାବ ଦେଉଥିଲେ ସେ ସମୟରେ ମୋଦିଙ୍କୁ ଟ୍ରମ୍ପ ତାଙ୍କଠାରୁ ଭଲ ଓ କଡ଼ା ନେତା ବୋଲି କହିଥିଲେ। ଏହି ସମୟରେ ଟ୍ରମ୍ପ କହିଥିଲେ ଯେ ମୋଦି ମୋଠୁ ବି ଜଣେ ଭଲ ବାର୍ତ୍ତାକାର (ନେଗୋସିଏଟର)। ତାଙ୍କର କେହି ସମକକ୍ଷ ବି ନୁହନ୍ତି ବୋଲି ଟ୍ରମ୍ପ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.