ଜୁଲାଇ ୩ରେ ମନ୍ତ୍ରିପରିଷଦ ବୈଠକ କରିବେ ମୋଦୀ; ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ସଙ୍କେତ

Published By : Prameya-News7 Bureau | June 29, 2023 IST

ନୂଆଦିଲ୍ଲୀ ୨୯/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସୋମବାର ବା ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି। ଏକକ ନାଗରିକ ସଂହିତାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏହି ବୈଠକର ଅନେକ ଅର୍ଥ ବାହାର କରାଯଉଛି। ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ବିଜେପିର ତୁଙ୍ଗ ନେତାମାନଙ୍କ ସହିତ ବୈଠକ କରିଥିଲେ। ଏହା ପରେ ମନ୍ତ୍ରୀ ପରିଷଦରେ ସମ୍ଭାବ୍ୟ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି। ଆସନ୍ତା ସୋମବାର ଏହି ବୈଠକ ପ୍ରଗତି ମୈଦାନରେ ନବନିର୍ମିତ ସମ୍ମିଳନୀ କେନ୍ଦ୍ରରେ ଆୟୋଜନ ହେବାର ସମ୍ଭାବନା ରହିଛି। ଏହି ସମ୍ମିଳନୀ କେନ୍ଦ୍ରରେ ସେପ୍ଟେମ୍ୱରରେ ଜି-୨୦ ବୈଠକର ଆୟୋଜନ ହେବ।

{"id":810209,"sizeSlug":"full","linkDestination":"none"}

ବୁଧବାର ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ନଡ୍ଡାଙ୍କ ଉପସ୍ଥିତିକୁ ନେଇ ସରକାର ଏବଂ ବିଜେପି ସଙ୍ଗଠନରେ ପରିବର୍ତ୍ତନ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନର ପରିବର୍ତ୍ତନ ହୋଇପାରେ ବୋଲି କଳ୍ପନାଜଳ୍ପନା ଜାରି ରହିଛି।

{"id":810210,"width":779,"height":438,"sizeSlug":"full","linkDestination":"none"}

ଗତ କିଛିଦିନ ହେଲା ଅମିତ ଶାହ, ଜେପି ନଡ୍ଡା ଓ ବିଜେପି ସଙ୍ଗଠନ ମହାସଚିବ ଏଲ ସନ୍ତୋଷ ସଙ୍ଗଠନ ଏବଂ ରାଜନୈତିକ ପ୍ରସଙ୍ଗରେ ଅନେକ ଚର୍ଚ୍ଚା କରିଛନ୍ତି। ଚଳିତ ବର୍ଷ ଶେଷରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସଂସଦର ମୌସୁମି ଅଧିବେଶନର କିଛିଦିନ ପୂର୍ବରୁ ମନ୍ତ୍ରୀପରିଷଦ ବୈଠକ ହେବାକୁ ଯାଉଛି। ଅନ୍ୟପଟେ ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମି ଅଧିବେଶନ ହେବାର ସମ୍ଭାବନା ରହିଛି।   

wp:heading {"level":4}

ଏହା ମଧ୍ୟ ପଢ଼ନ୍ତୁ:~ପଲଟୁବାବୁ, ବିଶ୍ୱାସଘାତକ…ଏଥର ସିଧା ହମଲା; ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ଅମିତ୍ ଶାହ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.