ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ି ପାରନ୍ତି ମହମ୍ମଦ ଶାମି, ସାମ୍ନାକୁ ଆସିଲା ବଡ଼ କାରଣ

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଆଇସିସି ଦିନିକିଆ ବିଶ୍ଵକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ହୋଇଥିଲେ। କେବଳ ୭ଟି ମ୍ୟାଚ୍‌ରେ ଶାମି ଘାତକ ବୋଲିଂ କରି ୨୪  ଓ୍ଵିକେଟ୍ ଅକ୍ତିକାର କରିଥିଲେ। ତେବେ ବିଶ୍ଵକପ୍‌ର ହିରୋ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ି ପାରନ୍ତି। ଶାମି ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଗୋଇଠିରେ ସମସ୍ୟା ଦେଖା ଦେଇଛି। ଏବେ ଜଣା ପଡିଛି ଯେ, ଶାମି ବିଶ୍ଵକପ୍ ସମୟର ଗୋଇଠି ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କୁ ବୋଲିଂ ସମୟରେ ଅସହଜତା ଲାଗୁଥିଲା।

wp:heading {"level":4}

Also read- T-20ରେ ରବି ବିଷ୍ଣୋଇ ନମ୍ବର ୧ ବୋଲର୍, ପଛରେ ପଡିଲେ ରଶିଦ ଖାନ

/wp:heading

ସୂଚନାଯୋଗ୍ୟ, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଶାମିଙ୍କୁ କେବଳ ଟେଷ୍ଟ ସିରିଜ୍ ପାଇଁ ଦଳରେ ସାମିଲ୍ କରାଯାଇଛି। ଡିସେମ୍ବର ୨୬ରେ ସେଞ୍ଚୁରିୟନରେ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍ ପୂର୍ବରୁ ତିନି ଦିନିଆ ଅଭ୍ୟାସ୍ ପାଇଁ ଦଳରେ ତାଙ୍କୁ ରଖାଯାଇଛି। ବିସିସିଆଇ ଭାରତୀୟ ଦଳର ଘୋଷଣା ସମୟରେ ଏହା ଜଣାଇ ଦେଇଥିଲା ଯେ, ଶାମି ସଂପ୍ରତି ଡାକ୍ତରୀ ଦଳର ନିରୀକ୍ଷଣରେ ରହିବେ ଏବଂ ତାଙ୍କ ଉପଲବ୍ଧତା ଫିଟନେସ୍ ଉପରେ ନିର୍ଭର କରେ।

Mohammed Shami hits back over ball change conspiracy theory, says 'few  Pakistani cricketers couldn't digest' his success | Cricket-world-cup News  - The Indian Express
indianexpress.com

କ୍ରିକବଜ୍‌ର ରିପୋର୍ଟ ଅନୁସାରେ, ଶାମିଙ୍କ ଆହତ ସମସ୍ୟା ଚିନ୍ତାଜନକ ବିଷୟ। ତେବେ ସୁସ୍ଥ ହେବା ପରେ ତାଙ୍କ ନିକଟରେ ସମୟ ରହିଛି। ସ୍ଥିତି ଦେଖି ଅନ୍ତିମ ସମୟରେ ତାଙ୍କୁ ଖେଳାଯିବ କି ନାହିଁ ତାହା ଉପରେ ଦଳ ପ୍ରବନ୍ଧକ ନିର୍ଣ୍ଣୟ ନେବେ। ସୂଚନାଯୋଗ୍ୟ, ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରି ସାରିଛି। ଡିସେମ୍ବର ୧୦ରୁ ଦୁଇ ଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏହି ଗସ୍ତରେ ରୋହିତ ଶର୍ମା କେବଳ ଟେଷ୍ଟ ଦଳର ନେତୃତ୍ଵ ନେବେ।

wp:heading

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଟେଷ୍ଟ ଦଳ

/wp:heading

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ଵୀ ଜୟସଓ୍ଵାଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକ୍ଵାଡ଼, ଇଶାନ କିଶନ(ଓ୍ଵିକେଟ୍ କିପର), କେଏଲ ରାହୁଲ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା(ଉପ ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ଶାମି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.