ନୋ-ବଲ୍, କ୍ୟାଚ୍ ମିସ୍: ୧୦ ନମ୍ୱର ଓ୍ୱିକେଟ ସାଜିଲା ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡବିନ୍ଧା?

Published By : Prameya-News7 Bureau | December 29, 2024 IST

ନୂଆଦିଲ୍ଲୀ ୨୯/୧୨: ବର୍ଡର ଗାଭାସ୍କର ଟ୍ରଫି ଅଧୀନରେ ଭାରତୀୟ ଦଳ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣରେ ଖେଳାଯାଉଛି। ମ୍ୟାଚର ଚତୁର୍ଥ ଦିନରେ ଦେଖିବାକୁ ମିଳିଥିଲା ରୋମାଞ୍ଚକର ଖେଳ । ଦ୍ୱିତୀୟ ଇନିଂସ ଆରମ୍ଭରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଉପରେ ଭାରି ପଡିଥିଲା । କିନ୍ତୁ ଖେଳ ଶେଷ ହେବା ବେଳକୁ ଅଷ୍ଟ୍ରେଲିଆର ଦୃଢ ଭାଗିଦାରୀ ଟିମ୍ ଇଣ୍ଡିଆର ଖୁସିକୁ ମାଟିରେ ମିଶାଇଦେଥିଲା । 

ଚତୁର୍ଥ ଦିନର ଖେଳ ଶେଷ ହେବା ପରେ ଆୟୋଜକ ଅଷ୍ଟ୍ରେଲିଆ ୯ ୱିକେଟ୍ ହରାଇବା ପରେ ୨୨୮ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ସେ ୧୦୫ ରନ୍‌ର ଅଗ୍ରଣୀ ହାସଲ କରିଛି । ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୩୩୩ ରନର ଅଗ୍ରଣୀ ହାସଲ କରିଛି । ଶେଷ ୱିକେଟ୍ ବାକି ଥିବାବେଳେ ଏକ ସମୟରେ ଭାରତୀୟ ଦଳ ୧୭୩ ରନ୍ ପାଇଁ ଅଷ୍ଟମ ୱିକେଟ୍ ନେଇ ମ୍ୟାଚ୍ ଉପରେ ଦୃଢ ପ୍ରଦର୍ଶନ କରିଥିଲା । ସେତେବେଳେ ଅଷ୍ଟ୍ରେଲିଆ ମାତ୍ର ୨୭୮ ରନର ଅଗ୍ରଣୀ ଥିଲା ।

ଏହା ପରେ କ୍ୟାଚ୍ ଡ୍ରପ୍ ଏବଂ ନୋ ବଲ୍ ଭଳି ବଡ ତ୍ରୁଟି ଭାରତୀୟ ଦଳକୁ ବହୁ ପଛରେ ପକାଇ ଥିଲା । ୧୭୪ ସ୍କୋରରେ ଅଷ୍ଟ୍ରେଲିଆକୁ ହରାଇବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା । କିନ୍ତୁ ଗୋଟିଏ କ୍ୟାଚ୍ ଡ୍ରପ୍ ମ୍ୟାଚ୍ ଛଡାଇନେଇଥିଲା । କହିବାକୁ ଗଲେ ଇନିଂସର ୬୬ ତମ ଓଭର ବୋଲିଂ କରିଥିଲେ ମହମ୍ମଦ ସିରାଜ । ସିରାଜ ଏହାର ପ୍ରଥମ ବଲ୍‌କୁ ସାଇଡ୍ ଅଫ୍ ଲେନ୍ଥ ବଲ୍ ପକାଇଥିଲେ । ଏହା ଉପରେ, ନାଥନ୍ ଲିଅନ୍‌ଙ୍କ ବ୍ୟାଟ୍‌ରୁ ବଲ ସିଧା ଘତି କରିଥିଲା । ଯେଉଁଠି ସିରାଜଙ୍କୁ କ୍ୟାଚ୍‌ ଧରିବାର ସୁଯୋଗ ମିଳିଥିଲା । ସେ ମଧ୍ୟ ହାତ ରଖିଥିଲେ, କିନ୍ତୁ ଧରି ପାରିଲେନି । ହେଲେ ଏହି ଜୀବନଦାନ ଭାରତୀୟ ଦଳ ପାଇଁ ବିପଜ୍ଜନକ ଥିଲା ।


ଚତୁର୍ଥ ଦିନରେ ଖେଳର ଶେଷ ଓଭର ବୋଲି ଜସପ୍ରୀତ ବୁମ୍ରା ବୋଲିଂ କରିଥିଲେ । ଏହି ୮୨ ତମ ଓଭରର ଚତୁର୍ଥ ବଲରେ ନାଥନ୍ ଲିଅନ୍ ଆଉଟ୍ ହୋଇଥିଲେ । ବଲ୍ ତାଙ୍କ ବ୍ୟାଟ୍ ର ଧାର ନେଇ ସ୍ଲିପ୍ସରେ ଠିଆ ହୋଇଥିବା କେ.ଏଲ୍ ରାହୁଲଙ୍କ ହାତକୁ ଗଲା । ରାହୁଲ ମଧ୍ୟ ଏହାକୁ ବହୁତ କଷ୍ଟରେ ଧରିଥିଲେ । 

କିନ୍ତୁ ଏଠାରେ ବୁମରା ଏକ ବଡ ଭୁଲ କରିଥିଲେ । ବାସ୍ତବରେ, ଏହା ନୋ-ବଲ୍ ଘୋଷିତ କରାଯାଇଥିଲା । ଏହି କାରଣରୁ, ରାହୁଲଙ୍କ କ୍ୟାଚ୍ ମଧ୍ୟ ବୃଥା ହୋଇଗଲା ଏବଂ ନାଥନ ଦ୍ୱିତୀୟ ଲାଇଫ୍ ପାଇଲା । ତେବେ ଚତୁର୍ଥ ଦିନରେ ନାଟକ ଏଠାରେ ଶେଷ ହୋଇଥିଲା । କିନ୍ତୁ ଶେଷ ଦିନରେ ଭାରତୀୟ ଦଳ କମ୍‌ବ୍ୟାକ୍ କରିବ କି ନାହିଁ ତକୁ ହିଁ ଅପେକ୍ଷା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.