ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ୍‌ରୁ ମିଳିଲା ବିଡ଼ା ବିଡା ଟଙ୍କା, କାର୍ ଡୋର୍‌ରୁ ୪ ଲକ୍ଷର ବିଡ଼ା

Published By : Prameya-News7 Bureau | August 22, 2024 IST

ଢେଙ୍କାନାଳ ୨୨।୦୮ : ଢେଙ୍କାନାଳ ସଦର ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ୍ ଟାଙ୍କିରୁ ମିଳିଲା ୨ ବିଡ଼ା ଟଙ୍କା। ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଫ୍ଲସ୍ ଟାଙ୍କିରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଛି। ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ ରେଞ୍ଜର। 

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ କଟକ, ଭୁବନେଶ୍ଵର ଓ ଢେଙ୍କାନାଳର ୮ଟି ଠିକଣାରେ ରେଡ୍ ଚାଲିଛି। ଢେଙ୍କାନାଳ ରତ୍ନବଜାରସ୍ଥିତ ୨ଟି ଘର ଏବଂ ଅଫିସ, ଆଠଗଡ଼ସ୍ଥିତ ଫାର୍ମ ହାଉସ୍, ରସୁଲଗଡ଼ ଜିଜିପି କଲୋନୀ ସ୍ଥିତ ଫ୍ଲାଟ, ଆଠଗଡ଼ ସ୍ଥିତ ପୈତୃକ ଘର, ଢେଙ୍କାନାଳସ୍ଥିତ ସମ୍ପର୍କୀୟଙ୍କ ଘର, ଢେଙ୍କାନାଳସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛନ୍ତି।  ଏହି ଚଢାଉରେ ଭିଜିଲାନ୍ସକୁ ଏତେ ସବୁ ତଥ୍ୟ ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.