ଢେଙ୍କାନାଳ ଲକ୍ଷ୍ମୀପୂଜା ମହୋତ୍ସବ ଶେଷ, ୧୧ ଦିନ ପରେ ମେଲାଣି ନେବେ ମା’

Published By : Prameya-News7 Bureau | October 27, 2024 IST

ଢେଙ୍କାନାଳ ୨୭।୧୦: ଢ଼େଙ୍କାନାଳ ଲକ୍ଷ୍ମୀପୂଜା ମହୋତ୍ସବ ଶେଷ ହୋଇ ଯାଇଛି । ଆଜି ଭସାଣି । ୧୧ଦିନ ଧରି ପୂଜା ପରେ ଆଜି ମା’ଙ୍କୁ ମେଲାଣି ଦେବେ ଢ଼େଙ୍କାନାଳବାସୀ । ଏଥିପାଇଁ ସମସ୍ତ ପୂଜା ଅନୁଷ୍ଠାନଗୁଡ଼ିକ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । 

ଚଳିତବର୍ଷ ମୋଟ ୩୮ଟି ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା ହୋଇଥିଲା। ପରମ୍ପରା ଅନୁସାରେ ମେଢ଼ ଗୁଡ଼ିକ ସ୍ଥାନୀୟ ରାଜାନଅରଠାରେ ଏକାଠି ହେବେ। ଏହା ପରେ ଶୋଭାଯାତ୍ରାରେ ସାମିଲ ହୋଇ ଭସାଣି ପାଇଁ କାଠ ଶଙ୍ଖ ଅଭିମୁଖେ ଯିବେ। ରାତି ୧୦ଟା ସୁଦ୍ଧା ମେଢ଼ ବିସର୍ଜନ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ମୁତୟନ ହେବେ ୨୩ ପ୍ଲାଟୁନ୍ ପୋଲିସ ଫୋର୍ସ । ଶୋଭାଯାତ୍ରାରେ ଡିଜେ ଉପରେ ରହିଛି କଟକଣା। ପାରମ୍ପରିକ ଓ ଅତ୍ୟାଧୁନିକ ବାଜା, ବାଜଣା ସାଙ୍ଗକୁ ନାଚଗୀତରେ ମିଳିତ ଭସାଣ ଶୋଭାଯାତ୍ରାରେ ମା' ଙ୍କୁ ମେଲାଣି ଦେବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.