ମଣିଷ ଓ ପଶୁଙ୍କ ପାଇଁ କେତେ ବିପଦ ଆଣ୍ଟିବାୟୋଟିକ୍‌ ଔଷଧ ? ଗ୍ରାମୀଣ ସ୍ତରରେ ସଚେତନତା ପାଇଁ ଆହ୍ୱାନ

Published By : Prameya-News7 Bureau | November 22, 2024 IST

News7

ଭୁବନେଶ୍ୱର: ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିବାକୁ ଯାଉଛି ଆଣ୍ଟିବାୟୋଟିକ୍ ଔଷଧ। କେବଳ ମଣିଷ ଏହାକୁ ବ୍ୟବହାର କରୁନାହାନ୍ତି,ଗୃହପାଳିତ ପଶୁପକ୍ଷୀ ଓ କୃଷିକ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ଯାହା ଆଗାମୀ ଦିନରେ ବଡ଼ ବିପଦ ଆଣିପାରେ। ବିନା ଡାକ୍ତର ପରାମର୍ଶରେ ଏହି ଔଷଧକୁ ବ୍ୟବାହର କଲେ ଶରୀରକୁ ଘାତକ ହୋଇଥାଏ। ଏହା ଦ୍ଵାରା ରୋଗୀର ରୋଗ ପ୍ରତିଶୋଧକ ଶକ୍ତି ହ୍ରାସ ପାଇଥାଏ। ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ। ଏନେଇ ସଚେତନତା ସୃଷ୍ଟି କରିବା ପାଇଁ  ଭୁବନେଶ୍ଵର ସ୍ଥିତ ଓୟୁଏଟି ପକ୍ଷରୁ ବିଶ୍ବ ଆଣ୍ଟମାଇକ୍ରୋବାୟାଲ ରେଜିଷ୍ଟାଂସ ଆୱାରନେଶ ସପ୍ତାହ ପାଳିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ, ଡାକ୍ତରମାନେ ଭାଗ ନେଇଥିଲେ। ଏଥିରେ ଯୋଗ ଦେଇ Heiferର ପ୍ରୋଗ୍ରାମ ଡାଇରେକ୍ଟର ଅକ୍ଷୟ ବିଶ୍ବାଳ କହିଛନ୍ତି ଆଣ୍ଟିବାୟୋଟିକ୍ କେବଳ ମଣିଷ ନୁହେଁ, ଗୃହପାଳିତ ପଶୁ ଓ କୃଷି କ୍ଷେତ୍ରରେ ବହୁଳ ବ୍ୟବହାର କରାଯାଉଛି। ଏହା ମଣିଷ ଶରୀର ଉପରେ ଯେତିକି ପ୍ରଭାବ ପକାଉଛି, ସେତିକି ବିପରୀତ ପ୍ରଭାବ ପଶୁପକ୍ଷୀଙ୍କ ଠାରେ ପ୍ରଭାବ ପଡୁଛି । ତେଣୁ ଏବେଠାରୁ ସଚେତନ ହେବାର ଆବଶ୍ୟକତା ରହିଛି।  

ଆଗକୁ କିଭଳି ଗ୍ରାମୀଣ ସ୍ତରରେ ସମତେ ସଚେତନ ହୋଇପାରିବେ ସେନେଇ ପୁଙ୍ଖନୁପୁଙ୍ଖ ଆଲୋଚନା କରାଯାଇଛି। ଏ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ମନ୍ଧ କିଛି ମାସ ପୂର୍ବରୁ ସତର୍କ କରାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.