ବରଗଡ଼ ୨୨।୧୧: ଏଥର ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଦେଖିବ ନୂଆ କଂସ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ନୂଆ କଂସ ପାଇଁ ଖୁବ୍ ଶୀଘ୍ର ଚୟନ ପ୍ରକିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ଜଣଙ୍କୁ ଚୟନ କରାଯିବ ବୋଲି ଜଣାପଡିଛି ।
୨୦୨୨ରୁ କଂସ ଭୂମିକା ତୁଲାଉଥିବା ହୃଷିକେଶ ଭୋଇଙ୍କୁ ଏଥର ବାଦ୍ ଦିଆଯାଇଛି । ହୃଷିକେଶ ଭୋଇଙ୍କୁ ବାଦ୍ ଦିଆଯିବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।
ଆସନ୍ତା ୪ ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟ୍ ସମୟରେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନା ହେବ । ଆସନ୍ତା ଜାନୁଆରୀ ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୭୮ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ।
You Can Read:
ବରପୁତ୍ରଙ୍କୁ ନେଇ ତେଜିଲା ରାଜନୀତି, ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି