ହାତୀ ଉପଦ୍ରବରେ ଚାଲିଗଲା ୨ ଜୀବନ : ଗର୍ଭବତୀ ମା’ ଓ ୮ ବର୍ଷର ପୁଅ ମୃତ, ୩ ଶିଶୁ ଗୁରୁତର

Published By : Prameya-News7 Bureau | August 14, 2024 IST

ବଣାଇ ୧୪: ସୁନ୍ଦରଗଡ ବଣାଇରେ ହାତୀ ଉପଦ୍ରବ । ଘର କାନ୍ଥ ପଡି ଗର୍ଭବତୀ ମା’ ଓ ୮ ବର୍ଷର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବରସୁଆଁ ରେଞ୍ଜ ଅଧୀନସ୍ଥ ବାଲିଯୁଡି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତରଙ୍କୁ ରାଉରକେଲା ସ୍ଥିତ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବରସୁଆଁ ରେଞ୍ଜ ଅଧୀନସ୍ଥ ବାଲିଯୁଡି ଗ୍ରାମରେ ଘରେ ଶୋଇଥିବା ବେଳେ ହାତୀ ପସି ଘର କାନ୍ଥ ଭାଙ୍ଗି ଦେଇଥିଲା । ଘର କାନ୍ଥ ତଳେ ମା' ଓ ପୁଅ ଚାପିହୋଇ ରହିଯାଇଥିଲେ । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି ମା' ସୁକାନ୍ତି ଭକ୍ତା ଓ ପୁଅ ସୁଖନାଥ ଭକ୍ତା । ମୃତ ପୁଅର ବୟସ ୮ ବର୍ଷ ବୋଲି ଜଣାପଡିଛି । ଗୁରୁତର ଶିଶୁ କନ୍ୟାଙ୍କୁ ରାଉରକେଲା ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି । ସେଠାରେ ୩ ଜଣଙ୍କ ଚିକିତ୍ସା ଜାରି ରହିଛି । ମୃତ ମା' ଜଣଙ୍କ ୪ ମାସର ଗର୍ଭବତୀ ଥିବା ଜଣାପଡିଛି ।   ଘରଟିକୁ ହାତୀ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶାଇ ଦେଇଛି ।

You Can Read:

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ନେଲା ନୂଆ ମୋଡ଼

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.