ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ନେଲା ନୂଆ ମୋଡ଼

Published By : Prameya-News7 Bureau | August 13, 2024 IST

ନୀଳଗିରି: ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ବିଜେପି କାଉନସିଲରଙ୍କ ଦ୍ଵାରା ଆଗତ ଅନାସ୍ଥା ପ୍ରସ୍ତାବର ନୂଆ ମୋଡ଼ ନେଇଛି। ଆସନ୍ତା ୧୪ ଅଗଷ୍ଟରେ ଅନାସ୍ଥାର ସମ୍ମୁଖୀନ ହେବାକୁ ଯାଉଥିବା ଶ୍ରୀମତୀ ଦାସ ଏନେଇ ଉଚ୍ଚ ନ୍ୟାୟାଳୟରେ ଦ୍ବାରସ୍ଥ ହେବା ପରେ ମାନ୍ୟବର ନ୍ୟାୟାଳୟ ଆସନ୍ତା ଅଗଷ୍ଟ ୩୦ତାରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଦେଇଛନ୍ତି। 

ଅଦାଲତ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ବାଲେଶ୍ୱର ଜିଲ୍ଲାପାଳ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଥିବା ବେଳେ ନୀଳଗିରି ଉପଜିଲ୍ଲାପାଳ ଏକ ସ୍ଵତନ୍ତ୍ର ଜଉମୁଦ ଲଫାପାରେ ନୀଳଗିରି ଏନଏସି ନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରିବାକୁ ଆଡଭୋକେଟ ଜେନେରାଲ ଅଗଷ୍ଟ ୧୩ତାରିଖରେ ଚିଠି କରିଛନ୍ତି। ଫଳରେ ଅନାସ୍ଥା ପ୍ରସ୍ତାବର ଏକ ନୂତନ ମୋଡ଼ ନେଇଛି। 

ସୂଚନା ଅନୁଯାୟୀ ଅଗଷ୍ଟ ୫ ତାରିଖରେ ୧୧ ଜଣ କାଉନସିଲର ଦସ୍ତଖତ କରି ବାଲେଶ୍ଵର ଜିଲ୍ଲାପାଳଙ୍କ ଠାରେ ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।  ଅଗଷ୍ଟ ୧୪ତାରିଖରେ ଅନାସ୍ଥା ଭୋଟିଂ ପାଇଁ କାଉନସିଲରଙ୍କୁ ମଧ୍ୟ ନୋଟିସ ଜାରି କରିଥିଲେ। ରାତି ପାହିଥିଲେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ପାଇଁ ଭୋଟିଂ ହୋଇଥାନ୍ତା।ହେଲେ ଗତ ଜୁଲାଇ ୩୦ତାରିଖରେ ହୋଇଥିବା ଏନଏସି ରିଜୋଲେସନର କପି ସଠିକ୍ ଭାବେ ଦିଆଯାଇ ନଥିବା ନେଇ ଏକ ମାମଲା ରୁଜପରେ ମାନ୍ୟବର କୋର୍ଟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.