ଆମ୍ବେଦକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ, ସୁବର୍ଣ୍ଣପୁରରେ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ

Published By : Prameya-News7 Bureau | December 23, 2024 IST

News7

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଏସସି, ଏସଟି, ଓବିସି ଏକତା ମଞ୍ଚ ପକ୍ଷରୁ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସଂସଦରେ ଡ. ଭୀମ ରାଓ ଆମ୍ବେଦକରଙ୍କ ବିରୋଧରେ ଦେଇଥିବା ଅରୁଚିକର ମନ୍ତବ୍ୟ କୁ ବିରୋଧ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । 

ସୁବର୍ଣ୍ଣପୁର ଜିଲ୍ଲା ସଦର ଆମ୍ବେଦକର ଛକରୁ ସଙ୍ଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସଦର ବିଜୁ ପଟ୍ଟନାୟ ଛକ ଠାରେ ଶାହଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ତୁରନ୍ତ ଇସ୍ତଫା ଦେବା ସହ ସାରା ଭାରତର ଜନସାଧାରଣଙ୍କୁ  କ୍ଷମା ମାଗନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି । 

Also read: ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲା, ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.