କୋଭିଡ ସହ ଅଛି କି MPOX ଲିଙ୍କ? ଜବାବ ରଖିଲା WHO

Published By : Prameya-News7 Bureau | August 21, 2024 IST

ନୂଆଦିଲ୍ଲୀ ୨୧/୦୮: ସାରା ଦେଶକୁ ବ୍ୟାପିଲାଣି MPOX ବା ମଙ୍କିପକ୍ସ । ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ଏନେଇ ସରକାର ବି ସଜାଗ ହେଲେଣି । ସବୁଠି ସତର୍କତା ପଦକ୍ଷେପ ଅବଲମ୍ୱନ କରାଯାଇଛି । ଏବେ MPOX ସମ୍ବନ୍ଧରେ WHO ଅଧିକାରୀଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି । ଅଧିକାରୀଙ୍କ କହିବା କଥା ଏହା ହେଉଛି ପୁରୁଣା ଷ୍ଟ୍ରେନ୍, ଏହା କୋଭିଡ୍‌ର କୌଣସି ରୂପ ନୁହେଁ । 


Also Read: ମଙ୍କିପକ୍ସକୁ ନେଇ ବିଶ୍ବରେ ସ୍ବାସ୍ଥ୍ୟ ସଂକଟ; ଭାରତରେ ସଂକ୍ରମିତଙ୍କ ସଂଖ୍ୟା କେତେ ?


ସଚେଚନତା ବଳରେ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି। WHO ଅଧିକାରୀ କହିଛନ୍ତି ଯେ ଆମେ MPOX ସହିତ ମିଳିତଭାବେ ମୁକାବିଲା କରିପାରିବା । ଏହାକୁ ନେଇ ଅଧିନ ପ୍ୟାନିକ୍ ହେବା ଉଚିତ୍ ନୁହେଁ । ଆଫ୍ରିକାରେ mpoxର ମୂଳ ଉତ୍ସ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ସମେତ ଡାକ୍ତରଖାନା ଏବଂ ବିମାନବନ୍ଦରକୁ ହାଇ ଆଲର୍ଟରେ ଜାରି କରାଯାଇଛି । 

ଏମିତିକି mpox ରୋଗୀଙ୍କୁ ପୃଥକ କରିବା ସହ ସଠିକ୍ ଚିକିତ୍ସା କରିବାକୁ କୁହାଯାଇଛି । ତଥାପି, WHO ର ଜଣେ ଅଧିକାରୀ ଜୋର୍ ଦେଇ କହିଛନ୍ତି ଯେ mpox “ନୂଆ କୋଭିଡ୍” ନୁହେଁ ଏବଂ ପୂର୍ବ ମହାମାରୀ ଭଳି ଏହାର ପ୍ରଭାବକୁ ରୋକିହେବ । ମିଳିତ ଜାତିସଂଘର ଏକ ଗଣମାଧ୍ୟମ ସମ୍ମିଳନୀରେ ୟୁରୋପର WHO ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଯେ "ଆମେ ଏକାଠି ହୋଇ mpox କୁ ମୁକାବିଲା କରିପାରିବା ଏବଂ ରୋଗଖୁ ମାତ୍ ଦେଇପାରିବା । 

  • Monkeypox
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.