ମୁମ୍ଵାଇ ୨୭।୦୪: ଫ୍ୟାନ୍ ଏବେ ମୃଣାଳ ଠାକୁରଙ୍କୁ ତାଙ୍କ ଫିଟ୍ନେସ୍ର ରାଜ୍ ପଚାରୁଛନ୍ତି । କିନ୍ତୁ ଏମିତି ସମୟ ଥିଲା, ନିଜର ଶାରୀରିକ ଗଠନ ପାଇଁ ମୃଣାଳଙ୍କୁ ଖୁବ୍ ସମାଲୋଚନା କରାଯାଉଥିଲା । ଏକ ସାକ୍ଷାତକାରରେ ମୃଣାଳ କହିଛନ୍ତି, ସୋସିଆଲ ମିଡିଆରେ ଲୋକେ ସର୍ବଦା ପର୍ଫେକ୍ଟ ହେବାର ପ୍ରଦର୍ଶନ କରନ୍ତି । ପ୍ରଥମେ ତାଙ୍କୁ ନିଜ ପସନ୍ଦର ପୋଷାକ ପିନ୍ଧିବା ପୂର୍ବରୁ ଚିନ୍ତା କରିବାକୁ ପଡୁଥିଲା । କିନ୍ତୁ ଏବେ ଏ ସବୁକୁ ସେ ଖାତିର କରୁନାହାନ୍ତି ।
ନିଜ ଶରୀରକୁ ନେଇ ସେ କହିଛନ୍ତି, ମୁଁ ଯେମିତି, ତାକୁ ନେଇ ସୌନ୍ଦର୍ଯ୍ୟର ମାନଦଣ୍ଡ ବଦଳାଇବାକୁ ଚାହୁଁଛି । ବାର୍ତ୍ତାଳାପରେ ତାଙ୍କୁ ବିବାହ ଓ ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ପଚରାଯାଇଥିଲା । ଏହାର ଜବାବରେ ସେ କହିଛନ୍ତି, ବିବାହ କରିବାରେ ତାଙ୍କର କୌଣସି ସମସ୍ୟା ନାହିଁ। କିନ୍ତୁ ଜଣେ ଉତ୍ତମ ସାଥୀ ମିଳିବା ବହୁତ ମୁସ୍କିଲ । ମୃଣାଳ ଡିମ୍ବାଣୁ ଫ୍ରିଜ୍ କରିବା ବିଷୟରେ ଚିନ୍ତା କରୁଥିବା କଥା ବି କହିଛନ୍ତି । ଏହି ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ସୁସ୍ଥ ଡିମ୍ବାଣୁ ବାହାର କରି ଚିକିତ୍ସକୀୟ ତତ୍ତ୍ୱାବଧାନରେ ଗଚ୍ଛିତ ରଖାଯାଏ । ପରେ ମହିଳା ଯେତେବେଳେ ଗର୍ଭବତୀ ହେବାକୁ ଚାହିଁବେ, ସେହି ଡିମ୍ବାଣୁକୁ ଭ୍ରୂଣ କରି ତାଙ୍କ ଗର୍ଭାଶୟକୁ ଛଡ଼ାଯାଏ । ଏଥିରେ କୌଣସି ପ୍ରକାର ଗମ୍ଭୀର ସମସ୍ୟା ନାହିଁ । ଏହା ଏକ ସହଜ ପଦ୍ଧତି ।
ତାଙ୍କ କହିବା ଅନୁସାରେ, ସମସ୍ତଙ୍କ ଜୀବନରେ ଭଲ ଓ ଖରାପ ଦିନ ଆସେ । କିନ୍ତୁ ଖରାପ ଦିନ ଦ୍ୱାରା ଆମେ ପ୍ରଭାବିତ ହେବା ଉଚିତ୍ ନୁହେଁ । ନିକଟରେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡାଙ୍କ ସହ ତେଲୁଗୁ ଫିଲ୍ମ ‘ଦ ଫ୍ୟାମିଲି ଷ୍ଟାର୍’ରେ ନଜର ଆସିଥିଲେ ମୃଣାଳ । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ କିଛି ହିନ୍ଦୀ ଓ ସାଉଥ୍ ଫିଲ୍ମ ରହିଛି