ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମହାସମର । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ । ଡ୍ରାବିସ୍ ହେଡ୍ ଓ ଅଭିଷେକ୍ ଶର୍ମା ପରେ କ୍ଲାସେନ୍ ଓ ଅନିକେତ୍ ଖେଳିଲେ ଜବରଦସ୍ତ ଇନିଂସ । କ୍ଲାସେନ୍ ୨୮ ବଲରେ ୩୭ ରନ୍ ଓ ଅନିକେତ ୮ ବଲ୍ରେ ୧୮ ରନ୍ ଖେଳିଛନ୍ତି । ୨୦ କୋଡିଏ ଓଭରରେ ଏସଆରଏଚ୍ ୫ ଓ୍ବିକେଟ୍ ହରାଇ ୧୬୨ ରନ୍ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୬୩ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ଫଟାଫଟ୍ କ୍ରିକେଟ୍ ଅର୍ଥାତ୍ ଆଇପିଏଲ ୨୦୨୫ରେ ଆଜି ଖେଳାଯାଉଛି ୩୩ତମ ମ୍ୟାଚ୍ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଏମଆଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଏସଆରଏଚ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ କରିଛି । ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୪୦ ରନ୍ କରିଛନ୍ତି । ଟ୍ରାଭିସ୍ ହେଡ୍ ୨୯ ବଲ୍ରେ ୨୮ ରନ୍ ଆଉଟ୍ ହେବା ପରେ ନିତିଶ ରେଡ୍ଡି ଦଳକୁ ସମ୍ଭାଳିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ହେନ୍ରିଚ୍ କ୍ଲାସେନ୍ । ସେ ୨୮ ବଲରେ ୩୭ ରନ୍ କରିଛନ୍ତି । ରେଡ୍ଡି ଆଉଟ୍ ହେବା ପରେ ଅନିକେତ୍ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଫଳରେ ଏସଆରଏଚ ନିର୍ଦ୍ଧାରିତ ଓଭରରେ ୧୬୨ ରନ୍ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୱିଲ୍ ଜ୍ୟାକ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।