ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମୁରଲୀ ବିଜୟଙ୍କ ଅବସର ଘୋଷଣା, ଭାରତ ପାଇଁ ଖେଳିଛନ୍ତି ଏତିକି ମ୍ୟାଚ୍

Published By : Prameya-News7 Bureau | January 30, 2023 IST

ନୂଆଦିଲ୍ଲୀ: ଷ୍ଟାଇଲିସ୍ ଓପନିଂ ବ୍ୟାଟର ମୁରଲୀ ବିଜୟ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋମବାର ସାମାଜିକ ଗଣମାଧ୍ୟମରେ ନିଜ ସନ୍ନ୍ୟାସର ସୂଚନା ଦେବା ସହ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ୩୮ ବର୍ଷୀୟ ମୁରଲୀ।

ମୁରଲୀ ବିଜୟ ନିଜ ସନ୍ଦେଶରେ ଲେଖିଛନ୍ତି ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ୨୦୦୨ରୁ ୨୦୦୮  ପର୍ଯ୍ୟନ୍ତ ଯାତ୍ରା ମୋ ପାଇଁ ସର୍ବଶ୍ରେଷ୍ଠ ରହିଛି। କାରଣ ମୁଁ ଭାରତ ପାଇଁ ଯୋଗଦାନ ଦେଇଛି। ମୁଁ ବିସିସିଆଇ, ତାମିଲନାଡୁ କ୍ରିକେଟ୍ ଆସୋସିଏସନ, ଚେନ୍ନାଇ ସୁପର କିଙ୍ଗ୍ସକୁ ଧନ୍ୟବାଦ ଜଣାଉଛି।

wp:html /wp:html

ମୁରଲୀ କହିଛନ୍ତି ମୁଁ ନିଜର ସାଥୀ ଖେଳାଳି, ମେଣ୍ଟର୍ସ,  ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋ କ୍ୟାରିୟରରେ ବହୁତ ସହଯୋଗ କରିଛନ୍ତି। ମୁଁ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋର ଉତଥାନ ଏବଂ ପତନ ସମୟରେ ମୋ ସହିତ ରହିଛନ୍ତି ଏବଂ ସର୍ବଦା ସମର୍ଥନ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅବସର ପରେ ସେ ବିଦେଶରେ ଭିନ୍ନ ଭିନ୍ନ ଲିଗ୍‌ରେ ଖେଳିବାକୁ ପ୍ରସ୍ତୁତ।

ମୁରଲୀ ବିଜୟ ଭାରତ ପାଇଁ ୬୧ଟି ଟେଷ୍ଟ ମ୍ୟାଚ୍ ଖେଳି ୩୮.୨୮ ହାରରେ ୩୯୮୨ ରନ କରିଛନ୍ତି। ଏଥିରେ ୧୨ ଶତକ ଏବଂ ୧୫ ଅର୍ଦ୍ଧଶତକ ସାମିଲ୍। ସେ ଭାରତ ପକ୍ଷରୁ ୧୭ଟି ଦିନିକିଆ ଏବଂ ୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ୨୦୦୮ରେ ସେ ଭାରତୀୟ ଦଳ ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବେଳେ ୨୦୧୮ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଅର୍ଥାତ ଟେଷ୍ଟ ଖେଳିଥିଲେ।

wp:heading {"level":4}

ଏ ଖବର ପଢନ୍ତୁ- କ’ଣ ଇଶାନ କିଷନଙ୍କୁ ଟି-୨୦ ଦଳରୁ ବାହାର କରିବାର ସମୟ ଆସି ଯାଇଛି ? ଏହି ଖେଳାଳି ବି ବଢାଇଲେ ଦଳର ଚିନ୍ତା

/wp:heading

ଆଇପିଏଲ୍‌ରେ ସେ ୧୦୬ଟି ମ୍ୟାଚ୍ ଖେଳି ୨୬୧୯ ରନ କରିଛନ୍ତି। ଏଥିରେ ଦୁଇଟି ଶତକ ସାମିଲ୍। ମୁରଲୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.